Masthead

ପୀଡ଼ିତଙ୍କୁ ଅର୍ଥ ନୁହେଁ ନ୍ୟାୟ ଦରକାର: ପ୍ରିୟଙ୍କା ଗାନ୍ଧି

ବାରଣାସି(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଆଜି ବାରଣାସୀର ବିଭିନ୍ନ ମନ୍ଦିର ବୁଲିଛନ୍ତି ପ୍ରିୟଙ୍କା । ତେବେ ଏହାକୁ ମିଶନ ୟୁପି ବୋଲି ମଧ୍ୟ କୁହାଯାଉଛି । ୨୦୨୨ ବିଧାନସଭା ନିର୍ବାଚନରେ ଯୋଗୀ ସରକାରଙ୍କୁ ମାତ୍ ଦେବାକୁ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ଲଖିମପୁର ଖେରୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମଧ୍ୟ ଉଭୟ ଯୋଗୀ ଓ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରି ଆସୁଛି କଂଗ୍ରେସ ।

ଆଜି ବାରଣାସୀରେ ବିଭିନ୍ନ ମନ୍ଦିର ବୁଲିସାରିବା ପରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା । ଲଖିମପୁର ଖେରୀରେ କୃଷକଙ୍କ ମୃତ୍ୟୁକୁ ନେଇ ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କୌଣସି ବରିଷ୍ଠ ନେତା ଲଖିମପୁରକୁ ଏପର୍ଯ୍ୟନ୍ତ ଯାଇନାହାନ୍ତି । ମୋଦି ଲକ୍ଷେ୍ନø ବୁଲିବାକୁ ଯାଇପାରୁଛନ୍ତି କିନ୍ତୁ ଲଖିମପୁରକୁ ନୁହେଁ ।

ଏହାଛଡ଼ା ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାରକୁ ଅର୍ଥ ନୁହେଁ ନ୍ୟାୟ ଦରକାର । ତେବେ ଆଗରୁ ସୋନଭଦ୍ରା, ଉନ୍ନାଓ ଓ ହାଥ୍ରସ ମାମଲାରେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ କୌଣସି ନ୍ୟାୟ ମିଳିପାରିନାହିଁ । ଚାଷୀଙ୍କ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା