Masthead

ପୀଡ଼ିତଙ୍କୁ ଅର୍ଥ ନୁହେଁ ନ୍ୟାୟ ଦରକାର: ପ୍ରିୟଙ୍କା ଗାନ୍ଧି

ବାରଣାସି(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଆଜି ବାରଣାସୀର ବିଭିନ୍ନ ମନ୍ଦିର ବୁଲିଛନ୍ତି ପ୍ରିୟଙ୍କା । ତେବେ ଏହାକୁ ମିଶନ ୟୁପି ବୋଲି ମଧ୍ୟ କୁହାଯାଉଛି । ୨୦୨୨ ବିଧାନସଭା ନିର୍ବାଚନରେ ଯୋଗୀ ସରକାରଙ୍କୁ ମାତ୍ ଦେବାକୁ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ଲଖିମପୁର ଖେରୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମଧ୍ୟ ଉଭୟ ଯୋଗୀ ଓ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରି ଆସୁଛି କଂଗ୍ରେସ ।

ଆଜି ବାରଣାସୀରେ ବିଭିନ୍ନ ମନ୍ଦିର ବୁଲିସାରିବା ପରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା । ଲଖିମପୁର ଖେରୀରେ କୃଷକଙ୍କ ମୃତ୍ୟୁକୁ ନେଇ ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କୌଣସି ବରିଷ୍ଠ ନେତା ଲଖିମପୁରକୁ ଏପର୍ଯ୍ୟନ୍ତ ଯାଇନାହାନ୍ତି । ମୋଦି ଲକ୍ଷେ୍ନø ବୁଲିବାକୁ ଯାଇପାରୁଛନ୍ତି କିନ୍ତୁ ଲଖିମପୁରକୁ ନୁହେଁ ।

ଏହାଛଡ଼ା ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାରକୁ ଅର୍ଥ ନୁହେଁ ନ୍ୟାୟ ଦରକାର । ତେବେ ଆଗରୁ ସୋନଭଦ୍ରା, ଉନ୍ନାଓ ଓ ହାଥ୍ରସ ମାମଲାରେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ କୌଣସି ନ୍ୟାୟ ମିଳିପାରିନାହିଁ । ଚାଷୀଙ୍କ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ