Masthead

ମୁଜାଫରବାଦରେ ପ୍ରବଳ ହିଂସା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରବାଦରେ ପ୍ରବଳ ହିଂସା । ୪ ଦିନ ଦେଲା ସ୍ଥାନୀୟ ବାସିନ୍ଦା-ପ୍ରଶାସନ ମୁହଁମୁହିଁ । ପାକ୍ ଅଧିକୃତ କାଶ୍ମୀରରେ ବିଜୁଳି ଓ ଅଟା ଦରରେ ସରକାରୀ ସବସିଡି ସତ୍ତ୍ୱେ ମୁଜାଫରାବାଦରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପାକିସ୍ତାନ ଅଧିକୃତ କଶ୍ମୀରକୁ ସରକାର ୨୩ ବିଲିୟନ ଟଙ୍କା ଦେବା ପରେ ସୋମବାର ସନ୍ଧ୍ୟାରେ ସରକାର ବିଜୁଳି ଓ ଅଟା ଦର ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପାକିସ୍ତାନ ରେଞ୍ଜର୍ସର କର୍ମଚାରୀମାନେ ମୁଜାଫରାବାଦରେ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀମାନେ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀମାନେ ସେମାନଙ୍କ ଉପରକୁ ପଥର ମାଡ଼ କରିବାରୁ ଅନେକ ରେଞ୍ଜର ଯବାନ ଆହତ ହୋଇଥିଲେ ।

ପଥରମାଡ଼ର ଜବାବରେ ଅଧିକାରୀମାନେ ଆକାଶମାର୍ଗରେ ଗୁଳି ଚଳାଇଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିଲେ ମଧ୍ୟ ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ । ସେପଟେ ସିଏମଏଚ ମୁଜାଫରାବାଦ ଡାକ୍ତର ନାଦିର ରେହମାନ ବିବିସିର ତାବିଣ୍ଡା କୋକାବକୁ କହିଛନ୍ତି ଯେ ସଂଘର୍ଷ ପରେ ୩ଟି ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଥିଲା । ସମସ୍ତ ମୃତକଙ୍କୁ ଗୁଳି କରାଯାଇଥିଲା । ସିଏମ୍ଏଚ୍ ଅଧିକାରୀଙ୍କ କହିବା ନୁସାରେ, ସଂଘର୍ଷରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି