Masthead

କେବେ ହେବ ଆମ୍ବୁଲାନ୍ସ ସୁବିଧା

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ହିରାକୁଦ ସହର ସାରା ଦେଶରେ ଜଣାଶୁଣା । ଏଠାରେ ହିରାକୁଦ ଡ୍ୟାମ ଥିବାରୁ ଏହା ଏକ ବିକଶିତ ସହର ହୋଇଥିବ ବୋଲି ଧାରଣା ଆସୀବା ସ୍ୱଭାବିକ । ହେଲେ ହିରାକୁଦ ସହରରେ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ । ଏନେଇ ହିରାକୁଦ ବାସିନ୍ଦା ବହୁ ଦାବି କରିବା ପରେ ମଧ୍ୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ହିରାକୁଦ ବାସିନ୍ଦା କେବେ ପାଇବେ ଆମ୍ବୁଲାନ୍ସ ସେବା । ସ୍ୱାଧିନତାର ୭୦ ବର୍ଷ ପରେବି ସାମାନ୍ୟ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଗୁହାରି କରୁଛନ୍ତି ଲୋକେ । ବିଡ଼ମ୍ବନାର ବିଷୟ ଯେ, ଲୋକଙ୍କ ନାର୍ଯ୍ୟଦାବିକୁ ପ୍ରଶାସନ ଅଣଦେଖା କରୁଥିବା କହିଛନ୍ତି ହିରାକୁଦ ବାସିନ୍ଦା । ହିରାକୁଦ ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ପୁଣି ଥରେ ଦାବି ଯୋର ଧରିଛି । ହିରାକୁଦରେ ହିନ୍ଦାଲୋକ କମ୍ପାନୀ ସହ ବିଶ୍ୱ ପ୍ରସିଦ୍ଧ ହିରାକୁଦ ଡ୍ୟାମ ରହିଥିବା ବେଳେ ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟନ ଆସିଥାନ୍ତି । ଏଥିସହ ହିରାକୁଦ ବେଡ଼ିକାଲକୁ ଆସୁଥିବା ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲକୁ ନେବାକୁ ପଡ଼ିଥାଏ । ସଠିକ ସମୟରେ ମିଳିବା କଷ୍ଟ ହୋଇଥାଏ । କାରଣ ହିରାକୁଦ ମେଡ଼ିକାଲରେ ଆମ୍ବୁଲାନ୍ସଟିଏ ନାହିଁ । ଏଥିପାଇଁ ରୋଗୀମାନେ ବିଭିନ୍ନ ସମୟରେ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରି ବହୁ ଖର୍ଚ୍ଚାନ୍ତ ହୋଇଥାନ୍ତି । ହିରାକୁଦ ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ହିରାକୁଦ ବାସିନ୍ଦା ବାରମ୍ବାର ଦାବି କରୁଥିଲେ ମଧ୍ୟ ଅଣଦେଖା କରାଯାଉଛି । ଏଣୁ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

 

ହିରାକୁଦ ସହରର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ସମ୍ବଲପୁର ମହାନଗର ନିଗମର ଏକ ପ୍ରମୁଖ ସହର ହେଉଛି ହିରାକୁଦ । ହିରାକୁଦ ମେଡ଼ିକାଲରେ ସ୍ଥାୟୀ ଆମ୍ବୁଲାନ୍ସଟି ନଥିବାରୁ ରୋଗୀମାନେ ଉନ୍ନତ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ଯାଇପାରନ୍ତି ନାହିଁ । ଏନେଇ ବର୍ଷବର୍ଷ ଧରି ହିରାକୁଦ ମେଡ଼ିକାଲରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ସହରବାସୀ ଦାବି କରିଆସୁଛନ୍ତି, ହେଲେ ଲୋକଙ୍କ ଦାବିକୁ ଅଣଦେଖା କରାଯାୁଥିବା ଅଭିଯୋଗ ହେଉଛି । ହିରାକୁଦ ବାସିନ୍ଦା ଏହି ଦାବି ନେଇ ପୂବୟରୁ ଜିଲ୍ଲା ପ୍ରଶାସନଙ୍କ ଠାରେ ବହୁବାର ଦାବି କରିଥିଲେ ବି ଆମ୍ବୁଲାନ୍ସ ସେବା ଆରମ୍ଭ ନେଇ କେବଳ ପ୍ରତିଶ୍ରୁତି ମିଳିଥିଲା । ଏନେଇ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ହିରାକୁଦ ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ସେ ନିଜେ ବିଧାୟକ ପାଣ୍ଠିରୁ ବ୍ୟବସ୍ଥା କରିବା ସହ ହିନ୍ଦାଲୋକ କମ୍ପାନୀ ସିଏସ୍ଆର୍ ପାଣ୍ଠିରୁ ବ୍ୟବସ୍ଥା କରିବେ ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ