Masthead

(ଭିଡିଓ)କିଏ ଏହି ଜିତୁ ଖଣ୍ଡେଲୱାଲ, ଯିଏ ଓଡ଼ିଆ ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ କରୁଛି କଣ୍ଟ୍ରୋଲ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଲିଉଡରେ ଯେଉଁ ବିବାଦ ଚାଲିଛି ଏହି ବିବାଦ ଭିତରେ ଆପଣ ବାରମ୍ବାର ଗୋଟେ ନାଁ ଶୁଣିଥିବେ । ନାଁ ଟି ହେଉଛି ଜିତେନ୍ଦ୍ର ଖଣ୍ଡେଲୱାଲ ଓରଫ ଜିତୁ ଖଣ୍ଡେଲୱାଲ । ମନୋଜ ମିଶ୍ର ବି ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି ସନଲିସା ବି ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି । ଏମାନେ କାହିଁକି ବାରମ୍ବାର ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି । କିଏ ଏହି ଜିତୁ ଖଣ୍ଡେଲୱାଲ । ଏ ଓଲିଉଡ କଳି ଭିତରେ ତାଙ୍କର ଭୂମିକା କଣ । କେଁ ଟା ଖୋଜିବା ପାଇଁ ଚାହିଁଥିଲା ବଡ଼ ଖବର । ଜିତୁ ଖଣ୍ଡେଲୱାଲଙ୍କ ସହିତ ଆମେ ଅନେକ ଥର ଯୋଗା ଯୋଗ କଲୁ ଅନେକ ଥର ଚେଷ୍ଟା କଲୁ ତାଙ୍କ ସହିତ କଥା ହେବା ପାଇଁ ଜିତୁ ଖଣ୍ଡେଲୱାଲ ସବୁଥର କିଛି ନା କିଛି କାରଣ ଦର୍ଶାଇ ବଡ଼ ଖବରକୁ ଭେଟିବା ପାଇଁ ମନାକଲେ । ଥରେ ନୁହେଁ ୨ ଥର ନୁହେଁ ବାରମ୍ବାର ଆମେ ତାଙ୍କ ପାଖରେ ପହଂଚିବା ପାଇଁ ଚାହିଁଛୁ । ବାରମ୍ବାର ବିଭିନ୍ନ ସମୟରେ ପହଂଚିବା ପାଇଁ ଚାହିଁଛୁ । ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଚାହିଁଛୁ । କିନ୍ତୁ ସେ ବଡ଼ ଖବରକୁ ଆଭୋଏଡ କଲା ଭଳି ଅନୁଭବ ହୋଇଛି ।

ଆମେ ଆପଣଙ୍କ ଆଗରେ ଜିତୁ ଖଣ୍ଡେଲୱାଲଙ୍କ ସମ୍ପର୍କରେ ଯାହା ତଥ୍ୟ ସଂଗ୍ରହ କରିଛୁ ତାହା ଉପସ୍ଥାପିତ କରିବା ପାଇଁ ଚାହୁଁଛୁ । ବଡ଼ ଖବରର ଅନୁସନ୍ଧାନରୁ ଜଣାପଡିଲା ଜିତୁ ଖଣ୍ଡେଲୱାଲ ହେଉଛି ସେହି ଲୋକ ଯିଏ ଓଡ଼ିଶାର ଅଧିକାଂଶ ପ୍ରେକ୍ଷାଳୟରେ କେଉଁ ଫିଲ୍ମ ଲାଗିବ ତାର ନିଷ୍ପତ୍ତି ନେଉଥିବା ଏକ କ୍ଷମତାଶାଳୀ ଡିଷ୍ଟ୍ରିବ୍ୟୁଟର । ଯାହାକୁ ଆପଣ କହିପାରିବେ ଓଡ଼ିଶାର ଡିଷ୍ଟ୍ରିବ୍ୟୁସନ ସିଷ୍ଟମର ରିଙ୍ଗ ମାଷ୍ଟର । ଜିତୁ ଖଣ୍ଡେଲୱାଲ ଜଣେ ଅଣ ଓଡ଼ିଆ ବ୍ୟକ୍ତି । କିନ୍ତୁ ଓଡ଼ିଶାରେ ଯେଉଁ ଚଳଚ୍ଚିତ୍ର ବି ରିଲିଜ ହୁଏ ସେମାନେ ପହଂଚନ୍ତି ଜିତୁ ଖଣ୍ଡେଲୱାଲଙ୍କ ପାଖରେ । କେଉଁ ଫିଲ୍ମ କେଉଁ ହଲରେ ଲାଗିବ, କେତେ ଦିନ ଲାଗିବ, କେଉଁ ସମୟରେ ଲାଗିବ ଏବଂ କେଉଁ ଶୋ ପାଇବ ଏ ସବୁ ନିର୍ଭର କରେ ଜିତୁ ଖଣ୍ଡେଲୱାଲଙ୍କ ମର୍ଜି ଉପରେ ।

ପୂରା ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର