Masthead

ହତ୍ୟାରେ ସାମିଲ ବିଧାୟିକାଙ୍କ ସ୍ୱାମୀ

ଖଲ୍ଲିକୋଟ(ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା ରେ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହା ସହ ଦାନପୁର ପଞ୍ଚାୟତର ଯୁବ ବିଜେଡି ନେତା କୁମର ସାହୁ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତକାଲି ସନ୍ଧ୍ୟାରେ ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଦୀପକ ଖଟୁଆ ଓ ଜିତୁ ପ୍ରଧାନ। ଉଭୟଙ୍କ ଘର ଦାନପୁର ବୋଲି ଜଣାପଡିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ପୂର୍ବତନ ସରପଞ୍ଚଙ୍କ ସହ ମିଶି ଦୀର୍ଘ ଦିନ ହେଲା ଦାନପୁର ପଞ୍ଚାୟତ ରାଜନୀତିରେ ସକ୍ରିୟ ଥିଲେ ।

ଏତଲା ଦେଇଥିବା ମନୋଜ ପ୍ରଧାନଙ୍କ ସହ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷଙ୍କ ରାଜନୈତିକ ଶତ୍ରୁତା ଥିବା ଏତଲାରେ ଉଲ୍ଲେଖ ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଦାନପୁରଠାରେ ମୁଣ୍ଡକୁ ଇଟାରେ ଛେଚି ଦୁର୍ବୃତ୍ତ ହତ୍ୟା କରିଥିଲେ । ମୃତକ ସୁନୀଲ ନାହାକ ହେଉଛନ୍ତି ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଦେଢଶୁର । ତେବେ ପୁରା ଘଟଣାକୁ ନେଇ ଆଜି କୋଦଳା ଥାନା ପରିସରରେ ଅଭିଯୋଗକାରୀ ମନୋଜ ପ୍ରଧାନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ