Masthead

ଜଳୁଥିଲେ ସୌମ୍ୟ ବଞ୍ଚାଇନଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ ।  ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ଘଟିଛି । ଉପଯୁକ୍ତ ପଦକ୍ଷେପ ନନେବାରୁ  ତାଙ୍କର ମୃତ୍ୟୁ ହୋଇଛି । ସେପଟେ  ସୌମ୍ୟ ଓ ବିଦ୍ୟାଙ୍କ ବୈବାହିକ ଜୀବନ ଭଳ ନଥିଲା । ତେଣୁ ନିଆଁ ଲିଭେଇବାକୁ ଯଥେଷ୍ଟ ପ୍ରୟାସ କରିନଥିଲେ ବିଦ୍ୟାଭାରତୀ ।  ବିଦ୍ୟାଭାରତୀଙ୍କ ନାମରେ ୨୮୫ ଓ ୩୦୪ ଏ ମାମଲା ରୁଜୁ ହୋଇଛି ।  ଏହି ଘଟଣାଟି ସୌମ୍ୟଙ୍କ ବାସଭବନରେ ଘଟିଛି । ପରିବାର ସଦସ୍ୟଙ୍କ ଆରୋପ ଆଧାରରେ କ୍ରାଇମବ୍ରାଞ୍ଚ ଏହାକୁ ହତ୍ୟା ଘଟଣା ଭାବେ ତଦନ୍ତ ଆରମ୍ଭ କରିଥିଲା ।

ହେଲେ ହୋମିସାଇଡାଲ୍ ଡେଥ୍ ଭାବେ କୌଣସି ପ୍ରମାଣ ମିଳିନାହିଁ । ଏହା ସହ ସୁଇସାଇଡାଇ୍ ଡେଥ୍ ଭାବେ ମଧ୍ୟ ପ୍ରମାଣ ମିଳିନଥିଲା । ଏହି ଘଟଣାକୁ ଏକ ଆକ୍ସିଡେଣ୍ଟାଲ ଡେଥ୍ ବୋଲି କୁହାଯାଇପାରିବ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ଅନ୍ୟପଟେ ମୃତ୍ୟୁକାଳୀନ ଜମାନବନ୍ଦୀଟି ଡାକ୍ତର ଓ ମାଜିଷ୍ଟ୍ରେଟ୍ ମିଳିତ ଭାବେ କରିଛନ୍ତି । ତାହାର ଭିଡିଓ ରେକର୍ଡିଂ ମଧ୍ୟ ରହିଛି । ଯେତେବେଳେ କିରୋସିନିରେ କାଗଜ ଜାଳୁଥିଲେ ଦୁର୍ଘଟଣାବଶତଃ ଏହା ଘଟିଥିଲା ବୋଲି ବିଦ୍ୟାଭାରତୀ କହିଥିଲେ । ବିଦ୍ୟାଭାରତୀଙ୍କ ସୌମ୍ୟଙ୍କ ସହ ବୈବାହିକ ସଂପର୍କ ଏତେ ଭଲ ନ ଥିଲା ।

ଏହା ଛଡ଼ା ବିଦ୍ୟାଭାରତୀଙ୍କ ମିଛ ବୟାନ ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଛି । ଏପରିକି ସେ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରି ନ ଥିଲେ । ସୌମ୍ୟଙ୍କ ଦେହରେ ପର୍ଯ୍ୟାପ୍ତ ପାଣି ଢଳାଯାଇ ନ ଥିଲା । ବିଦ୍ୟାଭାରତୀ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ଡାକି ନ ଥିଲେ । ଏସବୁ ମଧ୍ୟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି