Masthead

ଜଳୁଥିଲେ ସୌମ୍ୟ ବଞ୍ଚାଇନଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ ।  ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ଘଟିଛି । ଉପଯୁକ୍ତ ପଦକ୍ଷେପ ନନେବାରୁ  ତାଙ୍କର ମୃତ୍ୟୁ ହୋଇଛି । ସେପଟେ  ସୌମ୍ୟ ଓ ବିଦ୍ୟାଙ୍କ ବୈବାହିକ ଜୀବନ ଭଳ ନଥିଲା । ତେଣୁ ନିଆଁ ଲିଭେଇବାକୁ ଯଥେଷ୍ଟ ପ୍ରୟାସ କରିନଥିଲେ ବିଦ୍ୟାଭାରତୀ ।  ବିଦ୍ୟାଭାରତୀଙ୍କ ନାମରେ ୨୮୫ ଓ ୩୦୪ ଏ ମାମଲା ରୁଜୁ ହୋଇଛି ।  ଏହି ଘଟଣାଟି ସୌମ୍ୟଙ୍କ ବାସଭବନରେ ଘଟିଛି । ପରିବାର ସଦସ୍ୟଙ୍କ ଆରୋପ ଆଧାରରେ କ୍ରାଇମବ୍ରାଞ୍ଚ ଏହାକୁ ହତ୍ୟା ଘଟଣା ଭାବେ ତଦନ୍ତ ଆରମ୍ଭ କରିଥିଲା ।

ହେଲେ ହୋମିସାଇଡାଲ୍ ଡେଥ୍ ଭାବେ କୌଣସି ପ୍ରମାଣ ମିଳିନାହିଁ । ଏହା ସହ ସୁଇସାଇଡାଇ୍ ଡେଥ୍ ଭାବେ ମଧ୍ୟ ପ୍ରମାଣ ମିଳିନଥିଲା । ଏହି ଘଟଣାକୁ ଏକ ଆକ୍ସିଡେଣ୍ଟାଲ ଡେଥ୍ ବୋଲି କୁହାଯାଇପାରିବ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ଅନ୍ୟପଟେ ମୃତ୍ୟୁକାଳୀନ ଜମାନବନ୍ଦୀଟି ଡାକ୍ତର ଓ ମାଜିଷ୍ଟ୍ରେଟ୍ ମିଳିତ ଭାବେ କରିଛନ୍ତି । ତାହାର ଭିଡିଓ ରେକର୍ଡିଂ ମଧ୍ୟ ରହିଛି । ଯେତେବେଳେ କିରୋସିନିରେ କାଗଜ ଜାଳୁଥିଲେ ଦୁର୍ଘଟଣାବଶତଃ ଏହା ଘଟିଥିଲା ବୋଲି ବିଦ୍ୟାଭାରତୀ କହିଥିଲେ । ବିଦ୍ୟାଭାରତୀଙ୍କ ସୌମ୍ୟଙ୍କ ସହ ବୈବାହିକ ସଂପର୍କ ଏତେ ଭଲ ନ ଥିଲା ।

ଏହା ଛଡ଼ା ବିଦ୍ୟାଭାରତୀଙ୍କ ମିଛ ବୟାନ ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଛି । ଏପରିକି ସେ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରି ନ ଥିଲେ । ସୌମ୍ୟଙ୍କ ଦେହରେ ପର୍ଯ୍ୟାପ୍ତ ପାଣି ଢଳାଯାଇ ନ ଥିଲା । ବିଦ୍ୟାଭାରତୀ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ଡାକି ନ ଥିଲେ । ଏସବୁ ମଧ୍ୟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ