Before Header

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

0 947

ମାଲକାନଗିରି (ବଡ଼ ଖବର ବ୍ୟୁରୋ):  ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର JE । ଜଳସମ୍ପଦ ବିଭାଗର JE ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ । ମାଲକାନଗିରି ସ୍ଥିତ ଅଫିସ୍‌ ଓ ସରକାରୀ ବାସଭବନରେ ରେଡ୍‌ ।

ମାଲକାନଗିରି ସମେତ ନିଜ ଘର ଜଳେଶ୍ଵର ଓ ଭୁବନେଶ୍ବରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି । ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ଏକାଧିକ ବ୍ୟାଙ୍କ ଏକାଉଣ୍ଟର ପାସ୍ ବୁକ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ ।

Leave A Reply

Your email address will not be published.