Masthead

ନିଦ ଭାଙ୍ଗିଲା କି ଭିଜିଲାନ୍ସର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦାପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଚାଲିଛି ।
ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ ଗାନ୍ଧୀନଗରରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ଉ ଚାଲିଛି ।ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢଉ କରାଯାଉଛି । ଭିଜିଲାନ୍ସର ୧୫ଟି ଟିମ୍‌ ଏହି ରେଡରେ ସାମିଲ ହୋଇଛନ୍ତି । ତେବେ ଚଢଉ ବେଳେ କେତେ ଆୟବର୍ହିଭୂତ ସମ୍ପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ ।

ତେବେ କରୋନା ମହାମାରୀ ସମୟରେ ଭିଜିଲାନ୍ସ ବିଭାଗର ନିଦ ଭାଙ୍ଗିଛି ବୋଲି ଚର୍ଚ୍ଚା ଜୋର ଧରିଛି । ସରକାରୀ ବାବୁଙ୍କ ଘରେ ଏତେ ସମ୍ପତ୍ତି ଆସୁଛି କେଉଁଠି ?

କେତେବେଳେ ଅଧ୍ୟାପକଙ୍କ ଘରେ ତ ଆଉ କେତେବେଳେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ହେଉଛି ରେଡ଼୍। ସରକାରୀ ବାବୁମାନେ କାହା ପ୍ରୋତ୍ସାହନରେ କଳାଧନ ଠୁଳ କରୁଛନ୍ତି ? ଏବେ ଚର୍ଚ୍ଚା ହେଉଛି ଓଡ଼ିଶା କ’ଣ ପାଲଟିଲା କି କଳାଧନର ପେଣ୍ଠସ୍ଥଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ