Masthead

ଆଶ୍ଚର୍ଯ୍ୟ: ଚୀନ ଆକାଶରେ ୩ ସୂର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚୀନ ଆକାଶରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଦିନରେ ଗୋଟିଏ ନୁହେଁ ୩ଯି ସୂର୍ଯ୍ୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୀର୍ଘ ୩ଘଣ୍ଟା ଧରି ଏଭଳି ବିରଳ ଦୃଶ୍ୟ ଦେଖି ଲୋକମାନେ ଚକିତ ହୋଇଯାଇଥିଲେ ।
ମୋହେ ସହର ଆକାଶରେ ସକାଳ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ୩ଟି ଉଜ୍ଜ୍ୱଳ ସୂର୍ଯ୍ୟ ଦେଖିବାକୁ ମିଳିଥିଲା । ମାହେ ସହରବାସୀଙ୍କ ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏକ ଚମକ୍ରାର ଭିଡିଓ । ଯେଉଁଥିରେ ନୀଳ ଆକାଶରେ ଦେଖାଯାଇଥିଲା ୩ଟି ଭିନ୍ନ ଭିନ୍ନ ସୂର୍ଯ୍ୟ । ଚୀନର ଗଣମାଧ୍ୟମ ଏହି ଭିଡିଓକୁ ଟ୍ୱିଟର କ୍ୟାପସନରେ ସେୟାର କରି ଲେଖିଛି, ଚାଇନାରେ ମୋହେ ଆକାଶରେ ଘଣ୍ଟ ଘଣ୍ଠା ଧରି ୩ଟି ସୂର୍ଯ୍ୟ ଦେଖାଦେଇଥିଲା । ଏଭଳି ବିରଳ ପ୍ରାକୃତିକ ଦୃଶ୍ୟ ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜ୍ୟୋର୍ତିବିଜ୍ଞାନୀଙ୍କ ମତରେ ଏହାକୁ ‘ସୂର୍ଯ୍ୟ କୁକୁର’ କୁହାଯାଏ । ବେଳେ ବେଳେ ପ୍ରକୃତ ସୂର୍ଯ୍ୟର ବାମ ଏବଂ ଡାହାଣ ପାଶ୍ୱର୍ରେ ୨ଟି ଉଜ୍ଜ୍ୱଳ ଦାଗ ଦେଖିବାକୁ ମିଳେ । କେହି କେହି ଏହାକୁ ‘ଫାଣ୍ଟମ୍ ସୂର୍ଯ୍ୟ’ ବୋଲି ମଧ୍ୟ କହିଥାନ୍ତି । ଏହା ଆକାଶରେ ଦୀର୍ଘ ସମୟ ରହେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ