ଆଗକୁ ଯିବାର ଏକମାତ୍ର ଉପାୟ ବିରେନ ସିଂଙ୍କୁ ବହିଷ୍କାର କରିବା: କପିଲ ସିବଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କୁହୁଳୁଛି ମଣିପୁର ହିଂସା । ମଣିପୁର ବର୍ବରତା ପାଇଁ ସାରା ଦେଶ ଲଜ୍ଜିତ । ମଣିପୁରରେ ଶାନ୍ତି ପାଇଁ ରାଜ୍ୟ ସଭା ଏମ୍‌ପି କପିଲ ସିବଲ ବତାଇଛନ୍ତି ରାସ୍ତା। ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କୁ ବରଖାସ୍ତ କରାଯାଉ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ।  ମେ’ ୩ରେ ରେ ରାଜ୍ୟରେ ଜାତି ହିଂସା ଆରମ୍ଭ ହେବା ପରଠାରୁ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

ଏକ ଟୁଇଟ୍‌ କରି ସିବଲ କହିଛନ୍ତି, ଆଗକୁ ଯିବାର ଏକମାତ୍ର ଉପାୟ ବିରେନ ସିଂଙ୍କୁ ବହିଷ୍କାର କରିବା । ଧାରା ୩୫୬ ଲାଗୁ କରିବା । ଆମ ଦେଶର ମହିଳାମାନଙ୍କୁ କ୍ଷମା ମାଗିବା। ସିବଲ କହିଛନ୍ତି, ନିର୍ଭୟା ପରଠାରୁ କିଛି ପରିବର୍ତ୍ତନ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ