ନୀଳଗିରି (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର । ନୀଳଗିରି ଡେପୁଟି କଲେକ୍ଟର ପରକ୍ଷୀତ ଜେନାଙ୍କ ଘରେ ଚାଲିଛି ରେଡ୍ । ନୀଳଗିରି ବାଳିଗୋହିରୀ ସ୍ଥିତ ଭଡା ଘରେ ଚଢାଉ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର, ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ରହିଛି । ଏକକାଳୀନ ୧୨ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି । ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖୋଜୁଛି ଟିମ୍ । ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ଅଛନ୍ତି ।