Masthead

ଋଣ ନେଲା ଜୀବନ

ଦଶରଥପୁର, (ବଡ଼ ଖବର ବ୍ୟୁରୋ):
ଏକ ହୃଦୟ ବିଦାରକ ଘଟଣାା ଘଟିଯାଇଛି ଦଶରଥପୁର ବ୍ଲକ ବିରିପଟା ଗ୍ରାମପଞ୍ଚାୟତର ବରେଇଂ  ଗ୍ରାମରେ, କରୋନା ମହାମାରୀ ସାରାବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶର ଆର୍ଥିକ ଅବସ୍ଥା କୁ ଦୋହଲାଇ  ଦେଇଛି ।ଦିନମଜୁରୀଆଙ୍କ ଉପରେ ଏହାର ପ୍ରଭାବ ପଡିଛି , ଯାହାକି ସେମାଙ୍କର ପରିବାର ପୋଷଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, କରୋନା ମହାମାରୀ ଚାଲିଥିବା ସମୟରେ ଲଘୁଚାପ ଜନିତ ବନ୍ୟା ଚାଷୀ ର ଫସଲକୁ ଉଜାଡି ଦେଇଛି, ଯାହାଫଳରେ ଋଣ ଆଣି ଚାଷ କରିଥିବା  ଚାଷୀ ଋଣ ସୁଜିନପାରି ଜୀବନ ହାରୁଛି, ସାରାଜଗତ କୁ ଖାଦ୍ୟ ଯୋଗାଉଥିବା ଚାଷୀ କୂଳ ପରିବାର ଆଜି ରାହା ଖୋଜୁଛି ।           ଆଜି ଦେଖିବା କୁ ମିଳିଛି ଏକ ଅଭାବନୀୟ ଘଟଣା ବିରିପଟା ପଞ୍ଚାୟତର ବରେଇଂ ଗ୍ରାମରେ, ଚାଷୀ ଶ୍ରୀକାନ୍ତ ମିଶ୍ର,  ବୟସ -( ୪୧ ),  ସନ୍ଧ୍ୟାରାଣୀ ମିଶ୍ର , ସ୍ତ୍ରୀ – (୩୬) ଦୁଇ ପୁଅ ଏବଂ ଗୋଟେ ଝିଅକୁ ନେଇ ପରିବାର ଟି ସୁଖରେ ଚଳିଆସୁଥିଲେ ।ମହାମାରୀ କରୋନା ରେ କିଛି କାମ ଦାମ ନପାଇ ତାଙ୍କ ପରିବାର ଟି ବହୁତ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲେ, ଏବଂ ଋଣ ଆଣି ଚାଷ କରିଥିଲେ, ଗତ ବନ୍ୟାରେ ଫସଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ପରେ ପରିବାର ଉପରେ ପଡିଯାଇଥିଲା ଋଣ ଭାରର ବୋଝ, ଏତେ ସଙ୍କଟ ଦେଇ ଗତି କରିବା ସମୟରେ ସେ ବାଛିଥିଲେ    ମୃତ୍ୟୁର ରାସ୍ତା ।  ଯାହାକି ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଗତ କାଲି ସନ୍ଧ୍ୟା ସମୟ ରେ ଚାଷ ପାଇଁ ଆଣିଥିବା ବିଷ କୁ ପିଇଦେଇଥିଲେ, ଘର ପାଖ ଲୋକମାନଙ୍କ ସହାୟତା ରେ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଯାହା କି ଡାକ୍ତର ତାଙ୍କୁ ପ୍ରାଥମିକ ଚିକତ୍ସା କରାଇ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ, ବଡ ଦୁଃଖ ର ବିଷୟ ସନ୍ଧ୍ୟାରାଣୀ ମିଶ୍ର (ସ୍ତ୍ରୀ ) ଜୀବନ ହାରିଥିଲେ ଏବଂ ଅଳ୍ପକେ ସ୍ୱାମୀ ବଞ୍ଚିଯାଇଥିଲେ , ଏତେ ବଡ ଦୁଃଖଦ ଖବର ସାରା ଅଂଚଳ କୁ ସ୍ତବ୍ଧ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ