Masthead

“ପେଟ୍ରୋଲ ଦାମ ୫୦ କରିବାକୁ ବିଜେପିକୁ ହରାଅ”

ମୁୁମ୍ବାଇ(ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଗତ କାଲି ଉତ୍ପାଦ ଶୁକ୍ଳ କମ କରିଥିଲେ । ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏପରି କରିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ର ସରକାର । ତେବେ ଏହାପରେ ଏବେ ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସେ କହିଛନ୍ତି ଉପ ନିର୍ବାଚନ ହାରିବା ପରେ ପେଟ୍ରୋଲ ଦାମ ୫ ଟଙ୍କା ଶସ୍ତା କରାଯାଇଛି।

ଯଦି ତୈଳ ଦର ଲିଟର ପିଛା ୫୦ ଟଙ୍କାରେ ଦେଖିବାକୁ ଚାହାନ୍ତି ତେବେ ବିଜେପିକୁ ସଂପୂର୍ଣ୍ଣ ହରାଇବାକୁ ପଡିବ। ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ କ୍ଷମତାରେ ଥିବା ଶିବସେନାର ନେତା ସଞ୍ଜୟ ରାଉତ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଉପ ନିର୍ବାଚନ ହାରିବା ପରେ ବିଜେପିକୁ ତେଲ ଦରବୃଦ୍ଧି କଥା ମନେ ପଡିଲା। ଉପ ନିର୍ବାଚନ ହାରିନଥିଲେ ବୋଧହୁଏ ତେଲ ଦାମ ହ୍ରାସ ହୋଇନଥାନ୍ତା।

ଦେଶରେ ଗତ କିଛି ଦିନ ହେବ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। କେନ୍ଦ୍ର ସରକାର ଗତକାଲି ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୫ ଟଙ୍କା ଏବଂ ଡିଜେଲ୍ ଉପରେ ୧୦ ଟଙ୍କା କମ କରିଥିଲେ। ସଞ୍ଜୟ ରାଉତ କହିଛନ୍ତି, ପେଟ୍ରୋଲ ଦାମ ପାଞ୍ଚ ଟଙ୍କା କମ କରାଯିବାର କୌଣସି ଅର୍ଥ ନାହିଁ। ଦାମ ଅନ୍ତତଃ ୨୫ ଟଙ୍କା କମ କରାଯିବାର ଥିଲା। ପରବର୍ତ୍ତୀ ସମୟରେ ୫୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ ହ୍ରାସ କରାଯିବାର ଥିଲା। ହେଲେ ଉପ ନିର୍ବାଚନ ହାରିବା ପରେ କେନ୍ଦ୍ର ସରକାର ୫ ଟଙ୍କା କମ କରିଛନ୍ତି। ତେବେ ୫୦ ଟଙ୍କା କମ କରିବା ପାଇଁ ବିଜେପିକୁ ସଂପୂର୍ଣ୍ଣ ହରାଇବାକୁ ପଡିବ ବୋଲି ରାଉତ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ