Masthead

ବିଜୟଙ୍କ ରାଜନୈତିକ ଉତ୍ତରାଧିକାରୀ ଅରବିନ୍ଦ!

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ରାଜରାସ୍ତାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବାପା ବିଜୟଙ୍କ ପରେ ରାଜନୈତିକ ଉତ୍ତରାଧିକାରୀ ହେବେ କି ଅରବିନ୍ଦ? ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ଏବେ ରାସ୍ତାକୁ ଓହ୍ଲାଇଲେଣି । ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଗରଦପୁର ବ୍ଲକ୍ ଅଫିସ୍‌ ଆଗରେ କରିଛନ୍ତି ଆନ୍ଦୋଳନ । ଠିକ୍ ବାପାଙ୍କ ଢାଞ୍ଚାରେ । ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଚୟନ, ରାସନକାର୍ଡରେ ନୂତନ ନାମ ସଂଯୋଗ ଦାବି କରିଛନ୍ତି ଅରବିନ୍ଦ । ଖାଲି ସେତିକି ନୁହେଁ ବ୍ଲକ୍‌ରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ୱର ଶାଣିତ କରିଛନ୍ତି। କୌଣସି ଦଳୀୟ ବ୍ୟାନରେ ନୁହେଁ । ସ୍ୱାଭିମାନ ମଂଚ ବ୍ୟାନରେ ସେ କରିଛନ୍ତି ଆନ୍ଦୋଳନ ।

ଅରବିନ୍ଦଙ୍କ ଏପ୍ରକାର ଆନ୍ଦୋଳନ ପାଟକୁରା ରାଜନୀତିକୁ ସରଗରମ କରିଛି। ଗତ ଜାନୁଆରୀ ୮ରେ ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରରେ ବିଜୟ ଆୟୋଜନ କରିଥିଲେ ବଂଧୁମିଳନ ସମାବେଶ । ସେଥିରେ ସାମିଲ୍‌ ହୋଇଥିଲେ ଅରବିନ୍ଦ । ବିଜୟ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ହେବେ ଅରବିନ୍ଦ । କିନ୍ତୁ ଦଳ ସଂପର୍କରେ ମୁହଁ ଖୋଲିନଥିଲେ ବିଜୟ । କହିଥିଲେ ତିନି ମାସ ଭିତରେ ସବୁ ସ୍ପଷ୍ଟ ହେଇଯିବ । ୨୦୨୪ ନିର୍ବାଚନରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ବିଜୟ ସୂଚାଇ ଦେଇଥିଲେ । ଜାନୁଆରୀ ୮ରେ ବିଜୟଙ୍କ ସଂକେତ ଆଉ ଆଜି ପୁଅ ଅରବିନ୍ଦଙ୍କ ପ୍ରଥମ ଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅରବିନ୍ଦଙ୍କ ଭାଷଣରୁ ସ୍ପଷ୍ଟ ବାରି ହୋଇପଡୁଥିଲା ତାଙ୍କର ରାଜନୈତିକ ବ୍ୟକ୍ତିତ୍ୱ । ବ୍ଲକ୍ ସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇ ସେ ସିଧାସଳଖ ୨୩ବର୍ଷର ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ଏତେ ଦୁର୍ନୀତି କିଭଳି ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନ ଜୋରଦାର ହେବ ବୋଲି ଅରବିନ୍ଦ ଚେତାଇ ଦେଇଛନ୍ତି । ଅରବିନ୍ଦଙ୍କ ଶାଣିତ ସ୍ୱର ଓ ଆକ୍ରମଣାତ୍ୱକ ଶୈଳୀ ଭବିଷ୍ୟତରେ ସେ ବାପାଙ୍କ ଯୋଗ ରାଜନୈତିକ ଉତ୍ତରାଧିକାରୀ ହୋଇପାରିବେ ବୋଲି ରାଜନୈତିକ ପଣ୍ଡିତମାନେ ଆଶା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ