Masthead

ଆଜି ପୁଣି ଆକ୍ଟିଭ ହୋଇପାରେ ବିକ୍ରମ ଓ ପ୍ରଜ୍ଞାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପୁଣି ଆକ୍ଟିଭ ହୋଇପାରେ ବିକ୍ରମ ଓ ପ୍ରଜ୍ଞାନ । ସେପ୍ଟେମ୍ବର ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର‌୍ୟ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ । ଏବଂ ଆଗାମୀ ୧୪ରୁ ୧୫ ଦିନ ଯାଏଁ ସେମାନେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିପାରିବେ ।

ଆଜି ଇସ୍ରୋ ବୈଜ୍ଞାନିକ ପୁଣିଥରେ ଲ୍ୟାଣ୍ଡର ଓ ରୋଭର ସହ ସମ୍ପର୍କ କରିବେ । ସେତେବେଳକୁ ଲ୍ୟାଣ୍ଡର ଓ ରୋଭରରେ ଲାଗିଥିବା ବ୍ୟାଟେରୀ ଚାର୍ଜ ହୋଇଯାଇଥିବ ବୋଲି ଆଶା କରାଯାଉଛି । ଚନ୍ଦ୍ରପୃଷ୍ଠରେ ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଂଟରେ ରଖାଯାଇଛି । ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରି ଦିଆଯାଇଥିଲା  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ