Masthead

କବାଟ ନଥିବା ଗାଁ, ପଢନ୍ତୁ ପୂରା ଖବର

ରାଜକନିକା, (ବଡ଼ ଖବର ବ୍ୟୁରୋ): ଯୁଗ ବଦଳିଛି,ବଦଳିଛି ଲୋକମାନଙ୍କ ଜୀବନ ଶୈଳୀ। ଆଧୁନିକତାର ଚାକଚକ୍ୟ ଓ ବିଜ୍ଞାନ ସମାଜକୁ ଅନେକ ଆଗକୁ ନେଇଯାଇଛି । କିନ୍ତୁ ଏବେବି ଏମିତି କିଛି ଗ୍ରାମ ରହିଛି ଯେଉଁଠି ଘରେ କବାଟ ନାହିଁ । ଏହି ଗ୍ରାମ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ତରାସ ପଞ୍ଚାୟତର ଶିଆଳିଆ । କଥାରେ ଅଛି ବିଶ୍ୱାସ ହିଁ ଭଗବାନ । ବିଶ୍ୱାସ ମୂଳେ ଏ ଜଗତ। ଏହି ଗ୍ରାମରେ ଲୋକମାନେ ବିଜ୍ଞାନଠୁ ଅଧିକ ବିଶ୍ୱାସ କରନ୍ତି ମା’ ଖରାଖାଇଙ୍କୁ ।
ବର୍ତ୍ତମାନ ମା’ ଖରାଖାଇ ଯେଉଁଠାରେ ବିରାଜମାନ କରିଛନ୍ତି ସେହି ଜାଗାରେ ଏକ ନଦୀ ପ୍ରବାହିତ ହେଉଥିଲା । ଜଣେ ନାବିକ ସେହିବାଟ ଦେଇ ଡ଼ଙ୍ଗା ନେଇ ଯାଉଥିବା ସମୟରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯିବାକୁ ବସିଥିଲା । ନାବିକ ମଙ୍ଗଳା ମା’ଙ୍କୁ ସ୍ମରଣ କରିଥିଲେ । ସେହି ସମୟରେ ମା ବିରାଜମାନ ହୋଇ ତାଙ୍କୁ ଉଦ୍ଧାର କରିଥିଲେ। ସେହି ସ୍ଥାନରେ ଏକ ଦୁଆର କବାଟ ସଦୃଶ ପଟା ଉପରେ ବସିଥିଲେ ମା’। ଧୀରେ ଧୀରେ ନଦୀ ଶୁଖିଗଲା । ମା’ ସେବେଠୁ ଖରାଖାଇ ନାମରେ ପୂଜା ପାଇଲେ । ଯେତେବେଳେ ଲୋକେ ଘର ନିର୍ମାଣ କଲେ, ସେତେବେଳେ ମା’ ଙ୍କର ସ୍ୱପ୍ନାଦେଶ ହେଲା ଘରେ କବାଟ ଲଗାଇବ ନାହିଁ । କାରଣ ମୁଁ ତୁମମାନଙ୍କୁ କବାଟ ଉପରେ ବସି ସୁରକ୍ଷା ପ୍ରଦାନ କରୁଛି । ସେହି କାଳରୁ ଆଜିଯାଏଁ ଝାଟିମାଟି ଘର ହେଉ ଅବା ପକ୍କା ମାର୍ବଲ ଘର କବାଟ ଲାଗିନାହିଁ । ବନ୍ୟଜନ୍ତୁଙ୍କ ପ୍ରବେଶ ରୋକିବା ଲାଗି କାହାଘରେ ବାଉଁଶ ତାଟି ତ କାହା ଘରେ ଗ୍ରୀଲ ଲାଗିଥିବାର ଦେଖାଯାଉଛି। ସବୁଠୁ ବଡ଼ କଥା ହେଉଛି ସେ ଗାଁରେ କେବେ ଚୋରି ହୁଏ ନାହିଁ ।
ଏହି ଗାଁ କେବଳ ଓଡିଶା ପ୍ରସିଦ୍ଧ ତା ନୁହେଁ ରାଜକନିକାକୁ ସଲଗ୍ନ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ବିଦେଶୀ ପର୍ୟ୍ୟଟକମାନେ ମଧ୍ୟ ନିଜ ଭ୍ରମଣ ତାଲିକାରେ ଶିଆଳିଆ କବାଟ ନଥିବା ଗାଁକୁ ବୁଲି ଦେଖିବାକୁ ଆସିଥାନ୍ତି । ଏହିଠାରେ ଭକ୍ତ ମାନେ ଯାହା ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ବିଶ୍ୱାସ ଅଛି। ମାନସିକ ପୂରଣ ହେଲେ ମା ଙ୍କୁ ମାଟିଘୋଡା ବା ସଙ୍ଖା ଦେଇ ମାର୍ଜନା କରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ