Masthead

ଅଙ୍ଗନୱାଡି କେନ୍ଦ୍ର ସ୍ଥାନ ନିରୂପଣ ନେଇ ଗ୍ରାମବାସୀ-ପୋଲିସ ମୁହାଁମୁହିଁ

ବାଲିଆପାଳ(ବଡ଼ ଖବର ବ୍ୟୁରୋ):  ଅଙ୍ଗନୱାଡି କେନ୍ଦ୍ର ସ୍ଥାନ ନିରୂପଣ ନେଇ ଗ୍ରାମବାସୀ-ପୋଲିସ ମୁହାଁମୁହିଁ । ଉତ୍ତେଜନା ରୋକିବାକୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବଡାଶ ପଞ୍ଚାୟତର ତାହାଳିଆରେ । ସୂଚନା ଅନୁସାରେ ତାହାଳିଆରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଲାଗି ରହିଥିଲା। ତେବେ ଏହି ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବା ବେଳେ ବ୍ୟକ୍ତିଗତ ଭାବରେ ଦଖଲ କରି ଲୋକେ ଚଳିଆସୁଛନ୍ତି।

ପ୍ରଶାସନ ପକ୍ଷରୁ ନିଜେ ତହସିଲଦାର, ବିଡ଼ିଓ ଉପସ୍ଥିତ ରହି ଦୁଇ ପକ୍ଷଙ୍କ ସ୍ଥାନକୁ ବାଦ ଦେଇ ତୃତୀୟ ସ୍ଥାନ ନିରୂପଣ ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପ୍ଲଟ ନମ୍ବର ୫୯୭କୁ ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରାଯାଇ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଭିକସନରେ ତହସିଲଦାର, ବିଡ଼ିଓ, ଆଇଆଇସି ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ