Masthead

ଓଡ଼ିଶାରେ କାରଖାନା, କୋଲକାତାରେ କରାଯାଉଛି ଇଂଟରଭ୍ୟୁ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କାରଖାନା କିନ୍ତୁ ଚାକିରି ପାଇଁ କୋଲକାତାରେ କରାଯାଉଛି ଇଂଟରଭ୍ୟୁ । ମାତ୍ର ଓଡ଼ିଆଙ୍କୁ ମିଳୁନି ଚାକିରି । ଓଡ଼ିଆଙ୍କ ସାର୍ଟିଫିକେଟ ଫିଙ୍ଗିଦେଲେ, ନିସ୍ତୁକ ମାଡମାରି ଛାଡିଲେ ଅଧିକାରୀ । ଅଭିଯୋଗ ଅନୁସାରେ ଯେଉଁଠାରେ ଇଣ୍ଟରଭ୍ୟୁ ଡକା ଯାଇଥିଲା ସେଠାରେ କୌଣସି ଟେଣ୍ଟ୍ ଆଉ ପିଇବା ପାଣିର ବ୍ୟବସ୍ଥା କରାଯାଇନଥିଲା । ଆଶାୟୀମାନେ ସ୍କୁଲର ଗେଟ୍ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଦୀର୍ଘ ସମୟ ପ୍ରତିଷ୍ଠା କରିବା ପରେ ଜଣେ ହେଲେ ଓଡ଼ିଆ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଭିତରକୁ ଡକାଯାଇନଥିବା ବେଳେ ହଠାତ୍ ନିର୍ଦ୍ଦିଷ୍ଟ ପ୍ରାୟ ୪୦ ଜଣ ଅଣଓଡ଼ିଆ ଆଶାୟୀଙ୍କ ନାମ ଡକାଯାଇ ସେମାନଙ୍କୁ ଭିତରକୁ ଛଡାଯାଇଥିଲା । ଘଂଟା ଘଂଟା ଧରି ଖରାରେ ଛିଡାହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଜଣେହେଲେ ଓଡ଼ିଆଙ୍କୁ ନ ଡାକି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ମାନଙ୍କୁ ଭିତରକୁ ଡାକିବାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ସେମାନେ ଏହି ବାଛବିଚାର ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ପ୍ରବଳ ପାଟିତୁଣ୍ଡ ଆଉ ହୋହାଲ୍ଲା କରିଥିଲେ ।

ଫଳରେ ସେଠାରେ ପରିସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଆୟତକୁ ଆଣିବାକୁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ଦେଇଥିବା ସାଟିଫିକେଟ୍ ଥିବା ବାୟୋଡାଟାଗୁଡିକୁ ହଠାତ୍ ଗେଟ୍ ଉପରୁ ପଦାକୁ ଫୋପାଡି ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଅମାନବୀୟ ବାଛବିଚାର ଘଟଣାକୁ ନେଇ ଓଡ଼ିଆ ଆଶାୟୀମାନେ ଉତ୍ତେଜିତ ହେବା ସହିତ ଗେଟ୍ ପାଖରେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ କିଛି ସୁରକ୍ଷାକର୍ମୀଙ୍କ ସହିତ କିଛି ଅଣଓଡ଼ିଆ ଯୁବକ ପଦାକୁ ବାହାରି ଆସି ଠେଲାପେଲା ହେଉଥିବା ଓଡ଼ିଆ ଆଶାୟୀମାନଙ୍କୁ ନିସ୍ତୁକ ମାଡମାରିଥିଲେ । ଚାକିରି ପାଇଁ ଯାଇଥିବା ଓଡ଼ିଆ ଆଶାୟୀମାନେ ଶେଷରେ ମାଡ଼ଖାଇ ଓଡ଼ିଶା ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ଆମ ମାଟିରେ କାରଖାନା କରି ରୀତିମତ ଧୂଆଁଧୂଳି ଛାଡିବ । କିନ୍ତୁ କୌଣସି ପଦବୀ ପାଇଁ ନିଯୁକ୍ତି କଥା ଉଠିଲେ ରାଜ୍ୟ ବାହାରେ ଇଣ୍ଟରଭ୍ୟୁ କରି ଅଣଓଡ଼ିଆଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଆଙ୍କୁ ଚାକିରି ତ ମିଳିବନି ଓଲଟି ଇଣ୍ଟରଭ୍ୟୁ ଦେବାକୁ ଯାଇଥିବା ଓଡ଼ିଆମାନଙ୍କୁ ସେଠାରୁ ମାଡମାରି ବିଦା କରି ଦିଆଯିବ । ଏହି ପରିସ୍ଥିତିରେ ସବୁ ଇଣ୍ଟରଭ୍ୟୁ ଯାଜପୁର କଳିଙ୍ଗନଗରରେ କରାଯାଉ ନଚେତ କାରଖାନାକୁ ଅନ୍ୟତ୍ର ଉଠାଇ ନିଆଯାଉ ବୋଲି ଓଡ଼ିଆମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି