Before Header

ଓଡ଼ିଶାରେ କାରଖାନା, କୋଲକାତାରେ କରାଯାଉଛି ଇଂଟରଭ୍ୟୁ

0 18,551

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କାରଖାନା କିନ୍ତୁ ଚାକିରି ପାଇଁ କୋଲକାତାରେ କରାଯାଉଛି ଇଂଟରଭ୍ୟୁ । ମାତ୍ର ଓଡ଼ିଆଙ୍କୁ ମିଳୁନି ଚାକିରି । ଓଡ଼ିଆଙ୍କ ସାର୍ଟିଫିକେଟ ଫିଙ୍ଗିଦେଲେ, ନିସ୍ତୁକ ମାଡମାରି ଛାଡିଲେ ଅଧିକାରୀ । ଅଭିଯୋଗ ଅନୁସାରେ ଯେଉଁଠାରେ ଇଣ୍ଟରଭ୍ୟୁ ଡକା ଯାଇଥିଲା ସେଠାରେ କୌଣସି ଟେଣ୍ଟ୍ ଆଉ ପିଇବା ପାଣିର ବ୍ୟବସ୍ଥା କରାଯାଇନଥିଲା । ଆଶାୟୀମାନେ ସ୍କୁଲର ଗେଟ୍ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଦୀର୍ଘ ସମୟ ପ୍ରତିଷ୍ଠା କରିବା ପରେ ଜଣେ ହେଲେ ଓଡ଼ିଆ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଭିତରକୁ ଡକାଯାଇନଥିବା ବେଳେ ହଠାତ୍ ନିର୍ଦ୍ଦିଷ୍ଟ ପ୍ରାୟ ୪୦ ଜଣ ଅଣଓଡ଼ିଆ ଆଶାୟୀଙ୍କ ନାମ ଡକାଯାଇ ସେମାନଙ୍କୁ ଭିତରକୁ ଛଡାଯାଇଥିଲା । ଘଂଟା ଘଂଟା ଧରି ଖରାରେ ଛିଡାହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଜଣେହେଲେ ଓଡ଼ିଆଙ୍କୁ ନ ଡାକି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ମାନଙ୍କୁ ଭିତରକୁ ଡାକିବାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ସେମାନେ ଏହି ବାଛବିଚାର ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ପ୍ରବଳ ପାଟିତୁଣ୍ଡ ଆଉ ହୋହାଲ୍ଲା କରିଥିଲେ ।

ଫଳରେ ସେଠାରେ ପରିସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଆୟତକୁ ଆଣିବାକୁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ଦେଇଥିବା ସାଟିଫିକେଟ୍ ଥିବା ବାୟୋଡାଟାଗୁଡିକୁ ହଠାତ୍ ଗେଟ୍ ଉପରୁ ପଦାକୁ ଫୋପାଡି ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଅମାନବୀୟ ବାଛବିଚାର ଘଟଣାକୁ ନେଇ ଓଡ଼ିଆ ଆଶାୟୀମାନେ ଉତ୍ତେଜିତ ହେବା ସହିତ ଗେଟ୍ ପାଖରେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ କିଛି ସୁରକ୍ଷାକର୍ମୀଙ୍କ ସହିତ କିଛି ଅଣଓଡ଼ିଆ ଯୁବକ ପଦାକୁ ବାହାରି ଆସି ଠେଲାପେଲା ହେଉଥିବା ଓଡ଼ିଆ ଆଶାୟୀମାନଙ୍କୁ ନିସ୍ତୁକ ମାଡମାରିଥିଲେ । ଚାକିରି ପାଇଁ ଯାଇଥିବା ଓଡ଼ିଆ ଆଶାୟୀମାନେ ଶେଷରେ ମାଡ଼ଖାଇ ଓଡ଼ିଶା ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ଆମ ମାଟିରେ କାରଖାନା କରି ରୀତିମତ ଧୂଆଁଧୂଳି ଛାଡିବ । କିନ୍ତୁ କୌଣସି ପଦବୀ ପାଇଁ ନିଯୁକ୍ତି କଥା ଉଠିଲେ ରାଜ୍ୟ ବାହାରେ ଇଣ୍ଟରଭ୍ୟୁ କରି ଅଣଓଡ଼ିଆଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଆଙ୍କୁ ଚାକିରି ତ ମିଳିବନି ଓଲଟି ଇଣ୍ଟରଭ୍ୟୁ ଦେବାକୁ ଯାଇଥିବା ଓଡ଼ିଆମାନଙ୍କୁ ସେଠାରୁ ମାଡମାରି ବିଦା କରି ଦିଆଯିବ । ଏହି ପରିସ୍ଥିତିରେ ସବୁ ଇଣ୍ଟରଭ୍ୟୁ ଯାଜପୁର କଳିଙ୍ଗନଗରରେ କରାଯାଉ ନଚେତ କାରଖାନାକୁ ଅନ୍ୟତ୍ର ଉଠାଇ ନିଆଯାଉ ବୋଲି ଓଡ଼ିଆମାନେ ଦାବି କରିଛନ୍ତି ।

Leave A Reply

Your email address will not be published.