Masthead

ଇଦ୍ ରେ ଆସିବ ଭିଲେନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ପରଦାରେ ଆସିବ ମୋହତ୍ ସୁରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏକ୍ ଭିଲେନ୍ ରିଟର୍ଣ୍ଣସ୍’ । ମହାରାଷ୍ଟ୍ରରେ ୨୨ ଅକ୍ଟୋବରରୁ ପ୍ରେକ୍ଷାଳୟ ଗୁଡିକ ଖୋଲୁଥିବା କାରଣରୁ ଏବେ ଏହି ମୁଭିର ନିର୍ମାତା ମାନେ ଏହାର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଫିଲ୍ମଟି ଜୁଲାଇ ୮ ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଫିଲ୍ମ ୨୦୨୨ ଇଦ୍ ଅବସରରେ ମୁକ୍ତିଲାଭ କରିବ । ତେବେ ପୂର୍ବରୁ ଇଦ୍ ଅବସରରେ କେବଳ ସଲମାନ ଖାନ୍ ଙ୍କ ଫିଲ୍ମ ହିଁ ରିଲିଜ ହୋଇଥାଏ ବି ଟାଉନରେ । କିନ୍ତୁ ବର୍ତ୍ତମାନ ଏକ୍ ଭିଲେନ୍ ରିଟର୍ଣ୍ଣସର ନିର୍ମାତା କହିଛନ୍ତି ଯେ ଆସନ୍ତା ବର୍ଷ ଇଦ୍ ସିନେପ୍ରେମୀ ମାନଙ୍କୁ ଭିଲେନ୍ ଦେବ ।

ତେବେ ଏହି ମୁଭିରେ ଜନ୍ ଆବ୍ରାହମ୍, ଦିଶା ପଟାନି, ଅର୍ଜୁନ୍ କପୁର ଏବଂ ତାରା ସୁତାରିଆ ଙ୍କୁ ଲିଡ୍ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ଜନ୍ ଆବ୍ରାହମ୍ ଙ୍କ ସମେତ ଫିଲ୍ମର ସମସ୍ତ ମୁଖ୍ୟ ତାରକା ମାନେ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରି ଦର୍ଶକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ତେବେ ୨୦୧୪ରେ ଏକ୍ ଭିଲେନ୍ ଫିଲ୍ମ ରିଲିଜ୍ ହୋଇଥିଲା ବି ଟାଉନ୍ ରେ । ଏହି ମୁଭିର ବଡ ସଫଳତା ପରେ ବର୍ତ୍ତମାନ ଏହାର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି । ଏହି ମୁଭିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ମୁଭିରେ ସବୁଠାରୁ ଏକ ଭିନ୍ନ ଭୂମିକା ରହିଥିଲା ଅଭିନେତା ରିତେଶ୍ ଦେଶମୁଖଙ୍କର । ସେ ଏଥିରେ ଭିଲେନ୍ କ୍ୟାରେକ୍ଟର ପ୍ଲେ କରିଥିଲେ । ଫିଲ୍ମର ଦମଦାର କାହାଣୀ ସାଙ୍ଗକୁ ସଙ୍ଗ୍ ଗୁଡିକ ମଧ୍ୟ ସୁପରହିଟ ହୋଇଥିଲା ବି ଟାଉନରେ । ସେଥିପାଇଁ ଏବେ ପୁଣି ସେହିପରି ଏକ ଦମଦାର କାହାଣୀ ନେଇ ଏହି ମୁଭିର ସିକ୍ୱେଲ୍ ଆସିବାକୁ ଯାଉଛି ।

ନିର୍ମାଣ ହେଇଥିବା ସିକ୍ୱେଲର କାହାଣୀଟି ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଜନ୍ ଆବ୍ରାହମ୍ ପୁଣି ଥରେ ଫିଲ୍ମରେ ଏକ ଜବରଦସ୍ତ ଆକ୍ସନ୍ ଅବତାରରେ ନଜର ଆସିବେ । ଏହା ସହ ଅର୍ଜୁନ୍ କପୁର ମଧ୍ୟ ଏକ ଷ୍ଟ୍ରଙ୍ଗ୍ କ୍ୟାରେକ୍ଟ ପ୍ଲେ କରିବାକୁ ଯାଉଛନ୍ତି ଫିଲ୍ମରେ । ତେବେ ଫିଲ୍ମଟି ବକ୍ସ ଅଫିସରେ କେତେ ମାତ୍ରାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ