ଓଡ଼ିଶା ଡ୍ରାଇଭର ମହାସଂଘକୁ ଅଲ ଓଡ଼ିଶା ଅଟୋ ମହାସଂଘର ବିରୋଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଡ୍ରାଇଭର ମହାସଂଘକୁ ବିରୋଧ କଲେ ଅଲ ଓଡ଼ିଶା ଅଟୋ ମହାସଂଘ । ଡ୍ରାଇଭର ମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ମାର୍ଚ୍ଚ ୧୫ ତାରିଖରେ ଷ୍ଟିଅରିଂ ଛାଡ଼ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଅଟୋ ମହାସଂଘ । ଭୁବନେଶ୍ୱର ହାଇଟେକ୍ ମେଡିକାଲସ୍ଥିତ ସିରିଡ଼ି ସାଇ ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ ଏବଂ ଅଲ ଓଡିଶା ସଡ଼କ ପରିବହନ ସଂଘ ଏକ ମହାସମାବେଶ କରିଛନ୍ତି ।

ମାର୍ଚ୍ଚ ୧୫ରେ ଡ୍ରାଇଭର ମହାସଂଘ ଡ଼ାକିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ମାର୍ଚ୍ଚ ମାସରେ ମେଟ୍ରିକ ପରୀକ୍ଷା, ଯୁକ୍ତ ଦୁଇ, ଯୁକ୍ତ ତିନି ଭଳି ଅନେକ ପରୀକ୍ଷା ରହିଛି । ଯଦି ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରନ୍ତି, ତେବେ ସାଧାରଣ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଅନେକ ଛାତ୍ରଛାତ୍ରୀ ମଧ୍ୟ ହଇରାଣ ହେବେ । ଏବଂ ଡ୍ରାଇଭର ମହାସଂଘ ଯେତେବେଳେ ଏହି ନିଷ୍ପତ୍ତି ନେଲେ ଅଟୋ ମହାସଂଘ ସାଙ୍ଗରେ ଆଲୋଚନା କରିନାହାନ୍ତି ବୋଲି କହିଛନ୍ତି ଅଟୋ ମହାସଂଘ । ଯଦି କୌଣସି ଡ୍ରାଇଭର ମହାସଂଘର ଭାଇ ମାନେ ଏହାକୁ ବିରୋଧ କରନ୍ତି ତେବେ ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ ଆଇନର ଆଶ୍ରୟ ନେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!