Masthead

ଭୁବନେଶ୍ୱରରୁ ସ୍ୱତନ୍ତ୍ର ଖାଦ୍ୟ ଅର୍ଡର କଲେ ବଲିଉଡ ଅଭିନେତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଲିଉଡକୁ ଫ୍ଳାଇଟରେ ଗଲା ଖାଦ୍ୟ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯାତ୍ରୀ କିମ୍ୱା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ବିମାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା କଥା ଆପଣ ଶୁଣିଥିବେ ନିଶ୍ଚୟ। ଭୁବନେଶ୍ୱରୁ ମୁମ୍ବାଇକୁ ଫ୍ଳାଇଟରେ ଖାଦ୍ୟ ପଠାଯାଇଛି । ବଲିଉଡ ଅଭିନେତା ଅଜୟ ଦେବଗନ ଓ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍ କିଚେନରୁ ଖାଇବା ପଠାଯାଇଛି ।

ଖାଣ୍ଟି ଓଡ଼ିଆ ଘରର ପାରମ୍ପାରିକ ଖାଇବା ପିଠା ଠାରୁ ଆରମ୍ଭ କରି କଙ୍କଡ଼ା ତରକାରୀ, ମାଛ ତରକାରୀ ପଠାଯାଇଛି। ଅଭିନେତା ଅଜୟ ଦେବଗନ୍ ଓ ଅଭିନେତ୍ରୀ କାଜୋଲ୍ ରୋଜିସ୍ କିଚେନକୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି । ପୂର୍ବରୁ ବଲିଉଡର ବଡ଼ ବଡ଼ ଷ୍ଟାରମାନଙ୍କ ପାଖକୁ ଓଡ଼ିଶାରୁ ଏହି ସ୍ୱତନ୍ତ୍ର ଖାଦ୍ୟ ପଠାଯାଇଥିଲା ।ଡା. ଭିନିତଙ୍କ ଫାର୍ମରୁ କଙ୍କଡ଼ା, ମାଛ, ଚିଙ୍ଗୁଡ଼ି, ବାଉଁଶ ଚିକେନ, ଚୁନା ମାଛ ପତ୍ରପୋଡ଼ା ଆଦି ତିଆରି କରି ପଠାଇଛନ୍ତି । ଏହା ସହିତ ଛେନାପୋଡ଼, ରସଗୋଲା, ଗୁଲାବ ଜାମୁନ ଆଦି ମିଠା ମଧ୍ୟ ସନ୍ଧ୍ୟାରେ ଫ୍ଳାଇଟରେ ପଠାଯାଇଥିବା ଜଣାପଡ଼ିଛି।

ଓଡ଼ିଶାର ଖାଦ୍ୟ ସେମାନେ ପସନ୍ଦ କରିଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କିଚେନ୍ର ମୁଖ୍ୟ ସରୋଜା ଚୌଧୁରୀ । ଖୁବଶୀଘ୍ର ଜୁହୁ ବିଚରେ ନିଜ ଟିମ୍କୁ ନେଇ ଓଡ଼ିଆ ଖାଦ୍ୟ ରାନ୍ଧି ସେଠାରେ ଥିବା ବଲିଉଡ ଷ୍ଟାରଙ୍କୁ ଖୁଆଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଖାଳ, ଭାତ, ଘୋରା ମଣ୍ଡା, କାକରା, ସରସତିଆ ପିଠା, ଡାଲମା କାନିକା, କଖାରୁ ଫୁଲ ଭଜା, ବେସର ତରକାରୀ ଆଦି ଖୁଆଇବାକୁ ଯୋଜନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼