ବଡ଼ସାହି (ବଡ଼ ଖବର ବ୍ୟୁରୋ): ବଡସାହି ବ୍ଲକ ଭିମାଦା ପଞ୍ଚାୟତ ପିଇଓଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ୨୦ ହଜାର ଭତ୍ତା ଟଙ୍କା। ଏପରି କିଛି ଘଟଣା ଦେଖିବାକୁ ମିଳିଛି ବଡ଼ ସାହି ବ୍ଲକ ଭୀମଦା ପଞ୍ଚାୟତ କାର୍ୟ୍ୟାଳୟରେ। ଅଭିଯୋଗ ଅନୁସାରେ ଭିମଦା ପଞ୍ଚାୟତର ପିଇଓ ମହେଶ୍ୱର ଦାସ କାର୍ଯ୍ୟାଳୟରୁ ଘରକୁ ଫେରୁ ଥିବାବେଳେ, ଜଣେ ମହିଳାଙ୍କ ସମେତ କିଛି ଦୁର୍ବୃତ୍ତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
କିଛି କାର୍ଯ୍ୟର ବିଲ ହୋଇ ନପାରିବାକୁ ନେଇ ପିଇଓ ଶ୍ରୀ ଦାସକୁ ଆକ୍ରମଣ କରିବା ସହ ଭତ୍ତା ବାବଦକୁ ଥିବା ୨୦ହଜାର ଟଙ୍କା ଛଡେଇ ନେଇଥିଲେ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଶ୍ରୀ ଦାସ। ପରେ ପରେ ଶ୍ରୀ ଦାସକୁ ଗୁରୁତ୍ତର ଅବସ୍ଥାରେ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ବଡ଼ ସାହି ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।