Masthead

ମଙ୍ଗଳରୁ ମିଳିଲା ଗ୍ଲାସିଅର୍ ଅବଶେଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଙ୍ଗଳରୁ ମିଳିଲା ଗ୍ଲାସିଅର୍ ଅବଶେଷ । ଲାଲ୍ ଗ୍ରହରେ ଆଜିବି ଜଳର ରହିଛି ଉପସ୍ଥିତି । ଯେଉଁଠି ମଣିଷ ଦିନେ ଅବତରଣ କରିପାରିବ ବୋଲି ସଦ୍ୟ ଆବିଷ୍କାର ଦର୍ଶାଇଛି । ଏବେ ସେଠାରେ ବରଫ ନାହିଁ । କିନ୍ତୁ ବୈଜ୍ଞାନିକମାନେ ମଙ୍ଗଳର ଭୂମଧ୍ୟରେଖା ଅଞ୍ଚଳ ନିକଟରେ ଜମା ହୋଇଥିବା ଅନ୍ୟ ଖଣିଜ ସହିତ ଗ୍ଲାସିଅରର ଅବଶେଷ ଠାବ କରିଛନ୍ତି । ଗ୍ଲାସିଅରର ଲମ୍ବା ୬କିମି ଓ ଚଉଡ଼ା ୪ ମିକି । ଉଚ୍ଚତା ୧.୩ରୁ ୧.୭ କିମି ଥିବା ଅନୁମାନ କରାଯାଉଛି । ଗ୍ରହର ବାସଯୋଗ୍ୟତା ଉପରେ ଅଧିକ ତଥ୍ୟ ଦେବାରେ ଏହା ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

ସେଠାରେ ଜମା ହୋଇଥିବା ଖଣିଜରେ ସାଧାରଣତଃ ହାଲୁକା ରଙ୍ଗର ସଲଫେଟ ଲବଣ ଥାଏ । ବୈଜ୍ଞାନିକମାନେ ସେହି ସ୍ଥାନକୁ ନିକଟରୁ ଦେଖିବା ପରେ ଏକ ଗ୍ଲାସିଅର୍ ବୈଶିଷ୍ଟ୍ୟ ଚିହ୍ନଟ କରିଛନ୍ତି । ଏଥିସହ ଏକ ଗତିଶୀଳ ଗ୍ଲାସିଅର ଦ୍ୱାରା ରହିଯାଇଥିବା ଅବଶେଷ ମଧ୍ୟ ଠାବ କଲେ । ଯାହାକୁ ମୋରେନ୍ସ କୁହାଯାଏ । ବୈଜ୍ଞାନିକମାନେ ଗ୍ଲାସିଅର ଭୀତରେ ସୃଷ୍ଟି ହେଉଥିବ ଗଭୀର ୱେଜ ଆକୃତିର ସ୍ଥାନ ଚିହ୍ନଟ କରିଛନ୍ତି । ଏହାକୁ କ୍ରିଭେସ୍ ଫିଲ୍ଡ କୁହାଯାଏ । ଟେକ୍ସାସର ଉଡଲ୍ୟାଣ୍ଡରେ ଅନୁଷ୍ଠିତ ୫୪ତମ ଲୁନାର ଆଣ୍ଡ ପ୍ଲାନେଟାରୀ ସାଇନ୍ସ କନଫରେନ୍ସରେ ବୈଜ୍ଞାନିକମାନେ ଏହି ତଥ୍ୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା