Masthead

ଅଧା ରହିଲା ଜଗା ଦର୍ଶନ, ପୁରୀ ଯାଉଥିବାବେଳେ ଦୁର୍ଘଟଣାରେ ଚାଲି ଗଲା ୨ଜଣଙ୍କ ଜୀବନ

ଯାଜପୁର(ବଡ଼ ଖବର ବ୍ୟୁରୋ): ଅଧାରେ ରହିଲା ଜଗା ଦର୍ଶନ । ପୁରୀ ଗଲାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ। ଯାଜପୁର ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଜଗା ଦର୍ଶନ ପାଇଁ ଭଦ୍ରକରୁ ଅଟୋରେ ପୁରୀ ଯାଉଥିଲେ ଭଦ୍ରକ ଜିଲ୍ଲାର ୩ ପରିବାର । ପାଣିକୋଇଲିର ଶର୍ମା ପେଟ୍ରୋ ପମ୍ପ ନିକଟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ହେଉଛନ୍ତି ବିଷମ କଟକ ଅଂଚଳର ୧୧ବର୍ଷର ନାବାଳକ ଶିବେନ୍ଦ୍ର ମହାପାତ୍ର ଓ ଭଦ୍ରକ ସିମୁଳିଆ ଅଞ୍ଚଳର ୨୦ ବର୍ଷୀୟ ମହିଳା ପୂଜା ସାହୁ ।

୮ ଗୁରୁତରଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନାମୁତାବକ ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ଦଶଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ସମୟରେ ପାଣିକୋଇଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଥିଲା । ଖବର ପାଇ ପ୍ରଥମେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୂଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼