Masthead

ପୁଣି ଚର୍ଚ୍ଚାରେ ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଖି ମାରି ସାରା ଦେଶରେ ପପୁଲାର ହୋଇ ଯାଇଥିବା ୱଙ୍କ୍ ଗାର୍ଲ ପ୍ରିୟା ପ୍ରକାଶ ଭାରିୟର ଏବେ ପୁଣି ରହିଛନ୍ତି ଚର୍ଚ୍ଚାରେ । ଗୋଟିଏ ଭିଡିଓ ପାଇଁ ସାରା ଦେଶରେ ନିଜର ଏକ ପରିଚୟ ତିଆରି କରିଥିବା ପ୍ରିୟା ପୁଣି ଥରେ ନିଜର ଆଉ ଏକ ଭିଡିଓ ପାଇଁ ଭାଇରାଲ ହେଉଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏକ ଭିଡିଓ । ଯାହାକି ସବୁଆଡେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ତାଙ୍କୁ ପୁଣି ଥରେ ତାଙ୍କ ପୁରୁଣା ଅବତାରରେ ଦେଖିବାକୁ ମିଳିଛି । ସେ ତାଙ୍କ ପୁରୁଣା ଚର୍ଚ୍ଚିତ ଭିଡିଓ ପରି ଏଥିରେ ମଧ୍ୟ ଆଖି ମାରୁ ଥିବାର ନଜର ଆସିଛନ୍ତି । ମୁଣ୍ଡରେ କ୍ୟାପ୍ ଲଗାଇ ବଡ ଆନନ୍ଦରେ ସେ ଆଇସକ୍ରିମ୍ ମଧ୍ୟ ଖାଉଛନ୍ତି । ଆଇସକ୍ରିମ୍ ମଜା ନେବା ସହ ସେ ଫ୍ୟାନ୍ସଙ୍କୁ ନଜରରେ ରଖି ଆଖି ମାରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ଦେଖି ପୁରୁଣା ଭିଡିଓ କଥା ମନେ ପକାଇଛନ୍ତି ଫ୍ୟାନ୍ସ । ସେଥିପାଇଁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ କହିବାକୁ ଗଲେ ପ୍ରିୟା ପ୍ରକାଶ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ତାଙ୍କ ବିଭିନ୍ନ ପୋଜର ଫଟୋ ସହ ଅନେକ ଭିଡିଓ ମଧ୍ୟ ସେ ପୋଷ୍ଟ୍ କରନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଫ୍ୟାନ୍ସମାନେ ବି ଏହାକୁ ବେଶ୍ ପସନ୍ଦ କରନ୍ତି । ଏବେ ପୁଣି ଥରେ ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ପୁରୁଣା କଥାକୁ ମନେ ପକାଇଛନ୍ତି ଫ୍ୟାନ୍ସ ।

ତେବେ ପ୍ରିୟା ପ୍ରକାଶ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏଣ୍ଟ୍ରି କରି ସାରିଲେଣିି । କିଛିଦିନ ତଳେ ରିଲିଜ ହୋଇଥିବା ସାଉଥ ଫିଲ୍ମ ‘ଚେକ୍’ରେ ନଜର ଆସିଥିଲେ ପ୍ରିୟା । ଏହି ମୁଭିରେ ସାଉଥ ସୁପରଷ୍ଟାର ନିତିନ୍ ଓ ରକୁଲ ପ୍ରିତ୍ ଙ୍କ ସହ ସେ ସ୍କ୍ରିନ୍ ସେୟାର କରିଥିଲେ । ଫିଲ୍ମଟି ରିଲିଜ ହେବା ପରେ ବି ଭଲ ରେସପନ୍ସ ରହିଥିଲା ଦର୍ଶକଙ୍କର । ଏହା ବ୍ୟତୀତ ସେ ମଲାୟଲମ୍ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛନ୍ତି । ତେବେ ଗୋଟିଏ ଛୋଟ ଭିଡିଓ ପାଇଁ ସାରା ଦେଶରେ ପରିଚିତ ହୋଇଥିବା ପ୍ରିୟା ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । ତେବେ ସେ ବଲିଉଡ ଜଗତରେ କେବେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା