Before Header

ସମ୍ବଲପୁରରେ କର୍ଫ୍ୟୁ କୋହଳ

0 29

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ କର୍ଫ୍ୟୁ କୋହଳ । କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନା ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା । ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ହୋଇପାରିବେ ନାହିଁ ।

ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯେଉଁମାନେ ଏକତ୍ରିତ ହେବାକୁ ଅନୁମତି ପାଇଛନ୍ତି, ସେମାନେ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନାକୁ ନିଶ୍ଚିତ କରିବେ ବୋଲି ସମ୍ବଲପୁରୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପଟେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହଛି। ତେବେ ପୂରା ଜିଲ୍ଲାରେ ବ୍ରଡ଼ବ୍ୟାଣ୍ଡ ଲିଜ ଲାଇନ କାମ କରୁଛି ।

Leave A Reply

Your email address will not be published.