Masthead

ବିଗ୍ ବସ୍ ଓଟିଟିର ଟାଇଟେଲ ଜିତିଲେ ଦିବ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନିକଟରେ ଶେଷ ହୋଇଛି ବିଗ୍ ସୋ’ ବିଗ୍ ବସ୍ ଓଟିଟିର ଗ୍ରାଣ୍ଡ୍ ଫିନାଲେ । ଏହି ସୋ’ର ଟାଇଟେଲ ଜିତିଛନ୍ତି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ । ଶମିତା, ରାକେଶ ଓ ନିଶାନ୍ତଙ୍କୁ ହରାଇ ଦିବ୍ୟା ଏହି ଟାଇଟେଲ ହାତେଇ ନେଇଛନ୍ତି । ବିଗ୍ ବସ୍ ଓଟିଟିର ପ୍ରଥମ ସିଜିନ୍ ଜିତି ବେଶ୍ ଖୁସି ଅଛନ୍ତି ଦିବ୍ୟା । ଖାସ୍ କରି ସେ ଯେବେ ତାଙ୍କ ଘରେ ପହଞ୍ଚିଛନ୍ତି ତାଙ୍କୁ ଏକ ଆକର୍ଷଣୀୟ ସ୍ୱାଗତ କରାଯାଇଥିଲା । ଏହା ସହ ଦିବ୍ୟାଙ୍କ ବୟଫ୍ରେଣ୍ଡ୍ ବରୁଣ୍ ସୁଦ୍ ନିଜ ଗାର୍ଲ ଫ୍ରେଣ୍ଡଙ୍କ ୱିନିଂରେ ଏକ ଧମାକେଦାର ପାର୍ଟି ଦେଇଛନ୍ତି ।

ଏହି ପାର୍ଟିର ଭିଡିଓ ଏବେ ସବୁଠି ବେଶ୍ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ କିଛି ସେଲିବ୍ରିଟିଙ୍କ ସହ ଆହୁରି ଅନେକ ଖାସ୍ ଲୋକ ମଧ୍ୟ ନଜର ଆସିଥିଲେ । ବରୁଣ ନିଜର କିଛି ସ୍ପେସିଆଲ ପ୍ରେଣ୍ଡସଙ୍କ ସହ ଦିବ୍ୟାଙ୍କ ପାଇଁ ଏହି ପାର୍ଟି ଅର୍ଗାନାଇଜ୍ କରିଥିଲେ । ଏହି ପାର୍ଟିରେ ଦିବ୍ୟା ଅରେଞ୍ଜ୍ ଟି-ସାର୍ଟ ଓ ହ୍ୱାଇଟ୍ ଟ୍ରାଉଜର୍ସ ପିନ୍ଧି ଥିବା ନଜର ଆସିଥିଲେ । କାଜୁଆଲ ଲୁକ୍ ରେ ଏହି ପାର୍ଟିରେ ସମସ୍ତେ ଖୁବ୍ ମସ୍ତି କରିଥିଲେ । ଏହା ସହ ବରୁଣ ପାର୍ଟିରେ ଦିବ୍ୟାଙ୍କୁ ନିଜ ପ୍ରେମ ଅନୁଭବ କରାଇଥିଲେ ।

ତେବେ କହିବାକୁ ଗଲେ ଦିବ୍ୟା ହେଉଛନ୍ତି ଜଣେ ଅଭିନେତ୍ରୀ, ମଡେଲ ଓ ଡ୍ୟାନ୍ସର ମଧ୍ୟ । ସେ ହରର ୱବ୍ ସିରିଜ୍ ରାଗିଣୀ ଏମ୍ ଏମ୍ ଏସ୍ ରିଟର୍ଣ୍ଣସ୍ ରେ ନଜର ଆସି ସାରିଛନ୍ତି । ପୁର୍ବରୁ ସେ ବିଗ୍ ବସ୍ ପ୍ରତିଯୋଗୀ ପ୍ରିୟଙ୍କ୍ ଶର୍ମାଙ୍କ ସହ ରିଲେଶିନଶିପ୍ ରେ ରହିଥିଲେ । କିନ୍ତୁ ଦୁହିଁଙ୍କ ବ୍ରେକ୍ ଅପ୍ ଖବର ବେଶ୍ ଚର୍ଚ୍ଚା ପାଲଟିଥିଲା ଇଣ୍ଡଷ୍ଟ୍ରିରେ । ବର୍ତ୍ତମାନ ସେ ବରୁଣ ସୁଦ୍ ଙ୍କ ସହ ରଲେଶନଶିପ୍ ରେ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ସେ ବିଗ୍ ବସ୍ ଓଟିଟିରେ ଯୋଗ ଦେଇଥିଲେ । ଏହି ସୋ’ରେ ଛଅ ସପ୍ତାହ ବିତିବା ପରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ସହ ଫାଇନାଲରେ ରାକେଶ ବାପତ୍, ଶମିତା ସେଟ୍ଟୀ, ଓ ନିଶାନ୍ତ ରହିଥିଲେ । ଦିବ୍ୟା ୱିନର ହେବା ସହ ସୋ’ର ରନର୍ସଅପ୍ ହୋଇଥିଲେ ନିଶାନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ