Masthead

ନିଆରା କୀର୍ତ୍ତିମାନ ଲକ୍ଷ୍ୟରେ ବିରାଟ କୋହଲି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ);ଆଗରୁ ଖେଳୁଥିଲେ ବାପାଙ୍କ ସହ । ଏବେ ଖେଳିବେ ପୁଅ ସହ । ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଦୁଇ ଜେନେରେସନ ସହ ଫିଲ୍ଡ ଶେୟାର କରିବେ ବିରାଟ କୋହଲି । ଏହାରି ସହ ନିଆରା କୀର୍ତ୍ତିମାନ ତାଲିକାରେ କୋହଲିଙ୍କ ନାଁ ଯୋଡ଼ି ହେବା ନେଇ ଉତ୍ସାହିତ ଅଛନ୍ତି କିଙ୍ଗ କୋହଲିଙ୍କ ଫ୍ୟାନ୍ସ୍ । ଆଗରୁ ଖେଳୁଥିଲେ ବାପାଙ୍କ ବିପକ୍ଷରେ, ଏବେ ମୈଦାନକୁ ଓହ୍ଳାଇବେ ପୁଅ । ତାଙ୍କ ବିପକ୍ଷରେ ଖେଳିବେ କିଙ୍ଗ କୋହଲି । ବିଦେଶ ମାଟିରେ ପିତା-ପୁତ୍ରଙ୍କ ଯୋଡ଼ି ସହ ଲଢିବେ ଭାରତୀୟ କ୍ରିକେଟର ବିରାଟ କୋହଲି । ଲକ୍ଷ ରହିଛି ନିଆରା କୀର୍ତ୍ତିମାନ କରିବାର । ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଶିବନାରାୟଣ ଚନ୍ଦ୍ରପାଲ ଓ ତାଙ୍କ ପୁଅ ତେଜନାରାୟଣ ଚନ୍ଦ୍ରପାଲ ହେଉଛନ୍ତି ଏହି ବାପ ପୁଅ ଯୋଡି । ଭାରତ ବିପକ୍ଷ ଶୃଙ୍ଖଳା ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ ତେଜନାରାୟଣ ଚନ୍ଦ୍ରପାଲଙ୍କର ନାଁ ସାମିଲ କରାଯାଇଛି । କେବଳ ଏତିକି ନୁହେଁ ସେ ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଗୋଟିଏ ପଟେ ଭାରତର ଘାତକ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି । ଅନ୍ୟପଟେ କିମ୍ବଦନ୍ତୀ ଶିବନାରାୟଣ ଚନ୍ଦ୍ରପାଲ ଓ ରାଇଜିଂ ଷ୍ଟାର ସନ ତେଜନାରାୟଣ ଚନ୍ଦ୍ରପାଲ । ବାପଙ୍କ ସହ ପୁଅଙ୍କ ସହ ବି ଖେଳିବାର ନିଆରା କୀର୍ତ୍ତିମାନ ହାସଲ କରିବା ନେଇ ଏବେ ଚର୍ଚ୍ଚା ହେଉଛି । ତେବେ ଏପରି ବାପ-ପୁଅଙ୍କ ଯୋଡ଼ି ସହ ଫିଲ୍ଡ ଶେୟାର କରିବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଖେଳାଳି ନୁହଁନ୍ତି । ପୁର୍ବରୁ କ୍ରିକେଟର ଗଡ୍ ସଚିନ ତେନ୍ଦୁଲକର ମଧ୍ୟ ଏପରି ଏକ ରେକର୍ଡ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ବାପ-ପୁଅଙ୍କ ବିପକ୍ଷରେ ଖେଳିଥିଲେ ସଚିନ । ଅଷ୍ଟ୍ରେଲ୍ରିଆରେ ଜିଓ ମାର୍ଶଙ୍କ ପରେ ତାଙ୍କ ପୁଅ ସନ ମାର୍ଶ ବିପକ୍ଷରେ ଖେଳିଥିଲେ । ୧୯୯୨ ମସିହାରେ ଜିଓ ମାର୍ଶ ଓ ସଚିନ ତେନ୍ଦୁଲକରଙ୍କ ଲଢେଇ ଦେଖିଥିଲେ ଦର୍ଶକ । ପରେ ୨୦୧ ୦-୧୧ ଅଷ୍ଟ୍ରେଲିଆ ଗସ୍ତରେ ସନ ମାର୍ଶଙ୍କ ବିପକ୍ଷରେ ମ୍ୟାଚ ଖେଳିଥିଲେ ସଚିନ । ତେବେ ଆଜି ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ସିରିଜ୍ । ଡୋମିନିକାରେ ଖେଳାଯିବ ଏହି ମ୍ୟାଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି