Masthead

ନିଆରା କୀର୍ତ୍ତିମାନ ଲକ୍ଷ୍ୟରେ ବିରାଟ କୋହଲି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ);ଆଗରୁ ଖେଳୁଥିଲେ ବାପାଙ୍କ ସହ । ଏବେ ଖେଳିବେ ପୁଅ ସହ । ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଦୁଇ ଜେନେରେସନ ସହ ଫିଲ୍ଡ ଶେୟାର କରିବେ ବିରାଟ କୋହଲି । ଏହାରି ସହ ନିଆରା କୀର୍ତ୍ତିମାନ ତାଲିକାରେ କୋହଲିଙ୍କ ନାଁ ଯୋଡ଼ି ହେବା ନେଇ ଉତ୍ସାହିତ ଅଛନ୍ତି କିଙ୍ଗ କୋହଲିଙ୍କ ଫ୍ୟାନ୍ସ୍ । ଆଗରୁ ଖେଳୁଥିଲେ ବାପାଙ୍କ ବିପକ୍ଷରେ, ଏବେ ମୈଦାନକୁ ଓହ୍ଳାଇବେ ପୁଅ । ତାଙ୍କ ବିପକ୍ଷରେ ଖେଳିବେ କିଙ୍ଗ କୋହଲି । ବିଦେଶ ମାଟିରେ ପିତା-ପୁତ୍ରଙ୍କ ଯୋଡ଼ି ସହ ଲଢିବେ ଭାରତୀୟ କ୍ରିକେଟର ବିରାଟ କୋହଲି । ଲକ୍ଷ ରହିଛି ନିଆରା କୀର୍ତ୍ତିମାନ କରିବାର । ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଶିବନାରାୟଣ ଚନ୍ଦ୍ରପାଲ ଓ ତାଙ୍କ ପୁଅ ତେଜନାରାୟଣ ଚନ୍ଦ୍ରପାଲ ହେଉଛନ୍ତି ଏହି ବାପ ପୁଅ ଯୋଡି । ଭାରତ ବିପକ୍ଷ ଶୃଙ୍ଖଳା ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ ତେଜନାରାୟଣ ଚନ୍ଦ୍ରପାଲଙ୍କର ନାଁ ସାମିଲ କରାଯାଇଛି । କେବଳ ଏତିକି ନୁହେଁ ସେ ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଗୋଟିଏ ପଟେ ଭାରତର ଘାତକ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି । ଅନ୍ୟପଟେ କିମ୍ବଦନ୍ତୀ ଶିବନାରାୟଣ ଚନ୍ଦ୍ରପାଲ ଓ ରାଇଜିଂ ଷ୍ଟାର ସନ ତେଜନାରାୟଣ ଚନ୍ଦ୍ରପାଲ । ବାପଙ୍କ ସହ ପୁଅଙ୍କ ସହ ବି ଖେଳିବାର ନିଆରା କୀର୍ତ୍ତିମାନ ହାସଲ କରିବା ନେଇ ଏବେ ଚର୍ଚ୍ଚା ହେଉଛି । ତେବେ ଏପରି ବାପ-ପୁଅଙ୍କ ଯୋଡ଼ି ସହ ଫିଲ୍ଡ ଶେୟାର କରିବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଖେଳାଳି ନୁହଁନ୍ତି । ପୁର୍ବରୁ କ୍ରିକେଟର ଗଡ୍ ସଚିନ ତେନ୍ଦୁଲକର ମଧ୍ୟ ଏପରି ଏକ ରେକର୍ଡ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ବାପ-ପୁଅଙ୍କ ବିପକ୍ଷରେ ଖେଳିଥିଲେ ସଚିନ । ଅଷ୍ଟ୍ରେଲ୍ରିଆରେ ଜିଓ ମାର୍ଶଙ୍କ ପରେ ତାଙ୍କ ପୁଅ ସନ ମାର୍ଶ ବିପକ୍ଷରେ ଖେଳିଥିଲେ । ୧୯୯୨ ମସିହାରେ ଜିଓ ମାର୍ଶ ଓ ସଚିନ ତେନ୍ଦୁଲକରଙ୍କ ଲଢେଇ ଦେଖିଥିଲେ ଦର୍ଶକ । ପରେ ୨୦୧ ୦-୧୧ ଅଷ୍ଟ୍ରେଲିଆ ଗସ୍ତରେ ସନ ମାର୍ଶଙ୍କ ବିପକ୍ଷରେ ମ୍ୟାଚ ଖେଳିଥିଲେ ସଚିନ । ତେବେ ଆଜି ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ସିରିଜ୍ । ଡୋମିନିକାରେ ଖେଳାଯିବ ଏହି ମ୍ୟାଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍