Before Header

ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ବସୁଛନ୍ତି ଭିକେ ପାଣ୍ଡିଆନ

0 29

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାକିରି ଛାଡ଼ିଲେ । ପୁରୁଣା ପଦବୀ ନୂଆ ରୂପରେ ମିଳିଲା । ତା ସହିତ ବଦଳି ଗଲା ଚୌକିର ସ୍ଥାନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଓ ୫ଟି ସଚିବ ଥିବା ଭିକେ ପାଣ୍ଡିଆନ ପୂର୍ବରୁ ପଛ ଚୌକିରେ ବସୁଥିଲେ । ଏବେ ଚୌକି ପାଖରେ ପଡ଼ିଲା । ଆଉ ନବୀନଙ୍କ ପଛରେ ନୁହେଁ ନବୀନଙ୍କ ସାଇଡରେ ବସିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ତଥା ୫ଟି ସଚିବ ଥିବା ଭିକେ ପାଣ୍ଡିଆନ ନବୀନଙ୍କ ସବୁ ସରକାରୀ ମଞ୍ଚରେ ଉପସ୍ଥିତ ରହୁଥିଲେ ।

କିନ୍ତୁ ସେ ବସୁଥିଲେ ମୁଖ୍ୟମନ୍ତ୍ରୀଙ୍କ ପଛରେ । ଯେହେତୁ ସେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ଏବେ କିନ୍ତୁ ଚିତ୍ର ବଦଳି ଯାଇଛି । ପାଣ୍ଡିଆନ ଚାକିରି ଛାଡ଼ିବା ପରେ ଆଜି ମୁଖ୍ୟମନ୍ତ୍ରୀ ସହିତ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ । ଭିଜିଲାନ୍ସ ସଚେତନତା କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ଭିକେ ପାଣ୍ଡିଆନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା ।

କିନ୍ତୁ ଏବେ ଆଉ ପଛ ପଟରେ ବସିନଥିଲେ ପାଣ୍ଡିଆନ ବରଂ ତାଙ୍କର ସାଇଡରେ ଚୌକି ପଡ଼ିଥିଲା । ଏ ଦୃଶ୍ୟ ଦେଖନ୍ତୁ । ଏ ପୂର୍ବର ଦୃଶ୍ୟ ଆଉ ଏବେର ଦୃଶ୍ୟ । ଚୌକି କେଉଁ ଜାଗାରେ ପଡ଼ିଛି ଦେଖନ୍ତୁ । ଏହା କହିପାରିବା ଯେ ଏବେ ଚାକିରି ଛାଡ଼ିବା ପରେ କ୍ୟାବିନେଟ ପାହ୍ୟା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ବସୁଛନ୍ତି ଭିକେ ପାଣ୍ଡିଆନ ।

Leave A Reply

Your email address will not be published.