Masthead

ବ୍ରହ୍ମପୁରରେ ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମ । ବ୍ରହ୍ମପୁର ସହର ଖଲ୍ଲିକୋଟ କଲେଜ ନିକଟରେ ୱାଇ,ଏସ.ଡ଼ି, ଅରୁଣା , ଇସାରା ଓ ଜି.ପି.ଏସ୍.ଏସ୍ ସ୍ଵେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଭୋଟର ସଚେତନତା କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାଗରିକଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ୧୩ ମଇରେ ସମସ୍ତଙ୍କୁ ଭୋଟ ନିଶ୍ଚୟ ଦେବାକୁ କୁହାଯାଇଥିଲା । ବିଶେଷକରି ଭୋଟର ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଶୁନିଶ୍ଚିତ କରାଇବା , ନିଜର ମତଦାନ କେନ୍ଦ୍ର ଚିହ୍ନଟ କରିବା , ମତଦାନର ସମୟ , ବୁଥକୁ ଯିବା ସମୟରେ ଆବଶ୍ୟକ କାଗଜ ପତ୍ର , ଇ. ଭି. ଏମ. ରେ ନିଜର ପସନ୍ଦର ପାର୍ଥୀଙ୍କୁ କେମିତି ଭୋଟ ଦିଆଯିବ ଓ ନିଜ ପରିବାର, ବନ୍ଧୁ ଓ ସାଙ୍ଗସାଥିମାନଙ୍କୁ ଭୋଟଦାନ କରିବା ପାଇଁ ଉତ୍ସାହିତ କରିବା ପାଇଁ ସଚେତନ କରାଯାଇଥିଲା ।

ପ୍ରଥମଥର ଭୋଟ ଦେବାକୁ ଯାଉଥିବା ଯୁବକ ଓ ଯୁବତୀ ମାନଙ୍କୁ ପୋଲିଂ ପ୍ରକ୍ରିୟା ଉପରେ ସଚେତନ କରିଯାଇଥିଲା । ସ୍ଵେଚ୍ଛାସେବୀ ମାନେ ସକାଳୁ ପୋଷ୍ଟର ଓ ଦସ୍ତଖତ ଅଭିଯାନ ମାଧ୍ୟମରେ ମତଦାତାଙ୍କୁ ଆସନ୍ତା ୧୩ ମଇରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଆହ୍ୱାନ କରିଥିଲେ ସ୍ୱେଚ୍ଛାସେବୀ ସଙ୍ଗଠନ । ଏହି କାର୍ଯ୍ୟକ୍ରମରେ ୱାଇ,ଏସ.ଡ଼ି ସ୍ଵେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ବିଭୁ ପ୍ରସାଦ ସାହୁ , ଅରୁଣା ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର , ଜି.ପି.ଏସ୍.ଏସ୍ ଅନୁଷ୍ଠାନର ପ୍ରତିଷ୍ଠାତା ବୃନ୍ଦାବନ ପଣ୍ଡା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା