Masthead

ଭୋଟର ତାଲିକାରେ ନାମ କିପରି ଯୋଡ଼ିବେ ଜାଣନ୍ତୁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ନିମନ୍ତେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ । ରାଜ୍ୟର ସମସ୍ତ ଭୋଟ ଗ୍ରହଣକେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବିଡିଓଙ୍କ କାର୍ଯ୍ୟାଳୟରେ ନଭେମ୍ବର ୧୬ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି ।

ଆସନ୍ତା ଜାନୁଆରୀ ପହିଲାରୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ବିଏଲଓଙ୍କ ଠାରୁ ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ । ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହା ସହିତ ଯେଉଁମାନଙ୍କର ଭୋଟର ତାଲିକାରେ ନାମ ଭୁଲ ଥିବ ସେମାନେ ଫର୍ମ ନମ୍ବର-୮ ଏବଂ ଯେଉଁମାନଙ୍କର ଭୋଟର ତାଲିକାରୁ ନାମ ହଟାଇବେ ଫର୍ମ ନମ୍ବର-୭ରେ ଆବେଦନ କରିପାରିବେ ।

ଭୋଟର ତାଲିକା ସଂଶୋଧନ ପାଇଁ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ କୁ ଲଗଇନ କରି ନିଜର ନାମ ଜାଞ୍ଚ କରିପାରିବେ । ଏହା ସହ ଫର୍ମ ଡାଉନଲୋଡ଼ କରି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିପାରିବେ । ସଂଶୋଧନ କାର୍ଯ୍ୟ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୫ ତାରିଖ ସୁଦ୍ଧା ଗ୍ରହଣ କରାଯାଇ ତାହାର ସମାଧାନ କରାଯିବ । ୨୦୧୫ ଜାନୁଆରୀ ୫ରେ ସଂଶୋଧିତ ଭୋଟର ତାଲିକା ସବୁ ଭୋଟ ଗ୍ରହଣକେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ତହସିଲ କାର୍ଯ୍ୟାଳୟ ଏବଂ ବିଡିଓଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ