Masthead

‘ହିଂସା ଭିତରେ ବି ଚାଲିଛି ମତଦାନ’

କୋଲକାତା (ବଡ଼ ଖବର ବ୍ୟୁରୋ):   ହିଂସା ଭିତରେ ବି ଜାରି ରହିଛି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ । ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ ଫଳାଫଳ । ୬୩୨୨୯ ପଞ୍ଚାୟତ ଓ ୯୭୩୦ ପଞ୍ଚାୟତ ସମିତି ପାଇଁ ଚାଲିଛି ମତଦାନ । ୯୨୮ ଜିଲ୍ଲା ପରିଷଦ ପାଇଁ ଚାଲିଛି ଭୋଟିଂ । ଭୋଟ ବେଳେ ବିଭିନ୍ନ ସ୍ଥାନରେ ଜାରି ରହିଛି ହିଂସା । ଏପର୍ଯ୍ୟନ୍ତ ହିଂସାରେ ଗଲାଣି ୧୦ ଜଣଙ୍କ ଜୀବନ । ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟିଏମସିକୁ କରିଛନ୍ତି ଟାର୍ଗେଟ । କହିଛନ୍ତି ହିଂସା ଭିତରେ ବି ମତଦାନ ଜାରି ରହିଛି । ଏପର୍ଯ୍ୟନ୍ତ ହିଂସାରେ ୧୦ ଜଣଙ୍କ ଜୀବନ ଗଲାଣି । ହିଂସା ପାଇଁ ଟିମଏସି ଦାୟୀ କରିଛନ୍ତି ।

ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ହିଂସା ସହ ପୋଡ଼ା ମଧ୍ୟ ଦେଖିବାକୁ ମିଳିଛି । ମୁର୍ଶିବାଦରେ ପୋଲିସ ଦୁର୍ବୃତ୍ତମାନଙ୍କୁ ଘଉଡ଼ାଇ ଫାଙ୍କା ଗୁଳି ଚାଳନା କରିଛି । ଖାଲି ସେତିକି ନୁହେଁ କୁଚିବିହାରରେ ବାଲଟ ବକ୍ସ ଜାଳି ଦେଇଛନ୍ତି ଦୁବୃର୍ତ୍ତ । ସୁରକ୍ଷାବଳଙ୍କ ଉପସ୍ଥତିରେ ଜଳପାଇଗୁଡ଼ି ବୁଥରେ ବିଜେପି କର୍ମୀମାନେ ୨ଜଣ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେହିପରି ହୁଗୁଳିରେ ଜଣେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ମାଡ଼ ମରାଯାଇ ବୁଥ ଭିତରକୁ ଛଡ଼ାଯାଇ ନ ଥିବା ଅଭିଯୋଗ ହୋଇଛି।  ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି। ଗତରାତିରେ ରେଜିନଗରରେ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଣଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଣି ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଛି। ସେହିପରି ଆଜି ସକାଳେ କୁଚ୍‌ବେହାର ତୁଫାନଗଞ୍ଜରେ ବି ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ