Masthead

ସରକାରୀ ସହାୟତାକୁ ଅପେକ୍ଷା

ନିମାପଡା(ବଡ଼ ଖବର ବ୍ୟୁରୋ): ସବୁ କଚ୍ଚାଘର ହେବ ପକ୍କାଘର । ଏଭଳି ପ୍ରତିଶ୍ରୁତକୁ ବିତିଲା ୨୦ ମାସ । ଘର ମିଳିବା ତ ଦୂରର କଥା ବାତ୍ୟା ପରେ ଯୋଗାଇଥିବା ସହାୟତା ରାଶିରୁ ଟଙ୍କାଟିଏ ମଧ୍ୟ ପାଇଲେନାହିଁ ବାତ୍ୟା ବିପନ୍ନ । ମିଳିଥିବା ସରକାରୀ ପଲିଥିନ ତଳେ ନିଜ ପରିବାରକୁ ନେଇ ଜୀବନ ବିତାଉଛନ୍ତି ନିମାପଡା ଗୋପାଳପୁର ଦଳିତ ସାହିର ୮ରୁ ଉର୍ଦ୍ଧ ପରିବାର । ଏମାନଙ୍କ ମଧରୁ ଅଧିକାଂଶ ଲୋକ ଦିନ ମଜୁରିଆ । ମହିଳାମାନେ ଅନ୍ୟ ଘରେ କାମ କରି ପରିବାର ଚଳାନ୍ତି । ପ୍ରଶାସନିକ ଓ ରାଜନୈତିକ ସ୍ତରରେ ସେମାନଙ୍କୁ ମିଳିଛି ସହାନୁଭୂତି, କିନ୍ତୁ ମିଳିପାରିନାହିଁ ସରକାରୀ ସହାୟତା । ହାଡଭଙ୍ଗା ଶୀତରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପଲିଥିନ ଘରେ ବସବାସ କରୁଛନ୍ତି । ଏବେ ବି ସରକାରୀ ସହାୟତା ଆଶାରେ ଅସହାୟ ବାତ୍ୟା ବିପନ୍ନ । ବର୍ଷ ବର୍ଷ ଧରି ପକ୍କାଘର ପାଇଁ ଆବେଦନ କରି ମଧ୍ୟ ନିରାଶ ହେଉଛନ୍ତି ଅସହାୟ । ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା