Masthead

କେରଳରେ ଆରମ୍ଭ ହେଲା ୱାଟର ମେଟ୍ରୋ

କୋଚି (ବଡ଼ ଖବର ବ୍ୟୁରୋ): କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିଛି। ଏପ୍ରିଲ ୨୬ ସକାଳ ୭ଟାରୁ ଏହି ସେବାର ଶୁଭାରମ୍ଭ ହେବ ।

ସେହିପରି ଦ୍ୱିତୀୟଟି ବାୟାଟିଲାରୁ କକ୍କନାଡ ମଧ୍ୟରେ ଏପ୍ରିଲ ୨୭ରେ ଚାଲିବ । ସକାଳ ୭ଟାରୁ ଏହି ଯାତ୍ରାର ଆରମ୍ଭ ହେବ । କେରଳ ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍‌ ଏବଂ ୩୮ଟି ଟର୍ମିନାଲ ରହିଛି। କେରଳ ସରକାର ଏବଂ ଜର୍ମାନୀର କେଏଫ୍‌ଡବ୍ଲ୍ୟୁ ନାମକ ସଂସ୍ଥା ମିଳିତ ଭାବେ ଉକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ହାଇକୋର୍ଟ-ଭାଇପିନ ଟର୍ମିନାଲରୁ ଭାଇଟିଲା-କକ୍କାନାଡ଼ ଟର୍ମିନାଲ ମଧ୍ୟରେ ୱାଟର ମେଟ୍ରୋ ଚଳାଚଳ କରିବ। ଶୀତତାପ ନିୟନ୍ତ୍ରିତ ବୋଟରେ ମେଟ୍ରୋ ଯାତ୍ରା ଆରାମଦାୟକ ଏବଂ ସୁଲଭ ରହିବ।

ଏଥିସହିତ ଟ୍ରାଫିକରେ ନଫସି ଲୋକମାନେ ଗନ୍ତବ୍ୟସ୍ଥଳରେ ସହଜରେ ପହଞ୍ଚି ପାରିବେ। ସେପଟେ ୱାଟର ମେଟ୍ରୋର ଭଡା ମଧ୍ୟ ନିର୍ଦ୍ଧାରିତ ହୋଇଛି । ହାଇକୋର୍ଟରୁ ବାୟପିନ ଯାଏ ଯାତ୍ରା କରିବା ପାଇଁ ୨୦ ଟଙ୍କାର ଭଡା ଦେବାକୁ ପଡିବ । ସେହିଭଳି ବାୟାଟିଲାରୁ କକ୍କନାଡ ଯାଏ ଯାତ୍ରା କରିବା ପାଇଁ ଆପଣଙ୍କୁ ୩୦ ଟଙ୍କା ଦେବାକୁ ପଡିବ । ହାଇକୋର୍ଟରୁ ବାୟପିନ ଯାଏ ପହଞ୍ଚିବାକୁ ୨୦ ମିନିଟରୁ କମ ସମୟ ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ