Masthead

ମିଳୁନି ବୁନ୍ଦାଏ ଜଳ, କେତେ ସଫଳ ବସୁଧା ଯୋଜନା?

ବିଂଝାରପୁର (ବଡ଼ ଖବର ବ୍ୟୁରୋ):  ବିଂଝାରପୁର ରେ ସମ୍ପୂର୍ଣ ଫେଲ ମାରିଛି ବସୁଧା ଯୋଜନା, ଟାଙ୍କି ନିର୍ମାଣର ମାତ୍ର ଦୁଇ ବର୍ଷ ପରେ ଟାଙ୍କି ଫାଟି ପାଣି ଝରୁଛି । ଠିକାସଂସ୍ଥା ଓ ସ୍ଥାନୀୟ ବିଭାଗର ଅବହେଳା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତରେ । ଏ ଅଂଚଳଟି ସମ୍ପୂର୍ଣ ଭାବେ ତଳିଆ ଅଂଚଳ ହୋଇଥିବାରୁ ଏଠାରେ ବର୍ଷ ସାରା ପାଣି ସଙ୍କଟ ଦେଖାଯାଇଥାଏ ତେଣୁ ଅଂଚଳବାସୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିବା ବସୁଧା ଜଳ ପ୍ରକଳ୍ପ ଆଜି ନିରାଶ କରିଛି ।

ଦୀର୍ଘ ୮ ଦିନ ହେବ ପାଣି ଟୋପିଏ ପାଇପାରୁନାହାନ୍ତି ସ୍ଥାନୀୟ ଅଂଚଳର ଲୋକେ । କିନ୍ତୁ ଟାଙ୍କିର କାର୍ୟ୍ୟରତ ଠିକା ସଂସ୍ଥାର ଦେଖା ନାହିଁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେମାନଙ୍କ ଦାବି ଅନୁଯାୟୀ ଯଦି ଯଥା ଶୀଘ୍ର ଏହା ମରାମତି କରାଯାଇ ଆମକୁ ପାଣି ଯୋଗାଇ ଦିଆନଯାଏ ତେବେ ଆମେ ରାଜରାସ୍ତା କୁ ଓଲ୍ହାଇବୁ ଚେତାବନି ଦେଇଛନ୍ତି ଅଂଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା