ହିନ୍ଦୀ ଆମର ରାଷ୍ଟ୍ର ଭାଷା.. ସମସ୍ତେ ଏହି ଭାଷା ଜାଣିବା ଉଚିତ: ନୀତୀଶ କୁମାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତକାଲି ଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଣ୍ଟର ବୈଠକ। ବୈଠକରେ ଜେଡି (ୟୁ) ନେତା ତଥା ବିହାର ମୁଖ୍ୟ ନୀତୀଶ କୁମାର ଭାଷଣ ଦେବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଡିଏମ୍‌କେ ନେତା ଟିଆର ବାଲୁଙ୍କ ଉପରେ ରାଗି ଯାଇଥିଲେ ନୀତୀଶ। ବୈଠକରେ ଭାଷଣ ଦଊଥିଲେ ନୀତୀଶ । ଏହି ସମୟରେ ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନଙ୍କ ସହିତ ଦଳୀୟ ନେତା ଟିଆର ବାଲୁ ନୀତୀଶଙ୍କ କଥା ବୁଝିପାରି ନଥିଲେ ।

ରାଜ୍ୟସଭା ସାଂସଦ ମନୋଜ କୁମାର ଝାଙ୍କୁ ନୀତୀଶଙ୍କ ଭାଷଣ ବୁଝାଇବା ପାଇଁ କହିଥିଲେ । ଏନେଇ ନୀତୀଶ କୁମାରଙ୍କୁ ଅନୁମତି ମାଗିଥିଲେ ମନୋଜ । କିନ୍ତୁ ଏହା ଶୁଣି ରାଗିଯାଇଥିଲେ ନୀତୀଶ। କହିଥିଲେ ଆମେ ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କହୁଛେ। ହୀନ୍ଦି ଆମ ରାଷ୍ଟ୍ର ଭାଷା। ଆମେ ସମସ୍ତେ ଏହି ଭାଷା ଜାଣିବା ଉଚିତ। ଏହା ସହିତ ତାଙ୍କ ଭାଷଣର ଅନୁବାଦ ନ କରିବାକୁ ସେ ମନୋଜ ଝା’ଙ୍କୁ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ