Masthead

ମିଥ୍ୟା ସୌଦାଗର ଭୂମିକା କରିବା ବନ୍ଦ କରନ୍ତୁ: ପୃଥ୍ୱୀରାଜ ହରିଚନ୍ଦନ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାରକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରି୍ରୟା । କହିଛନ୍ତି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ବଦଳରେ ମିଥ୍ୟାପାଠ କରିଛନ୍ତି । ହାଇକୋର୍ଟଙ୍କ ଆଗରେ ସରକାର ଯେତେବେଳେ ସତ୍ୟପାଠ ଦେଉଛନ୍ତି, ସେଥିରେ ସମସ୍ତ ପ୍ରକାର ସତ୍ୟର ଅବତାରଣା କରିବାର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ରାଜ୍ୟ ସରକାର ସବୁ ଘଟଣାରେ ମିଥ୍ୟାର ଅବତାରଣା କରନ୍ତି । ୧୯୭୮ ମସିହା ଯାହା ଗଣତି ହୋଇଥିଲା, ତାପରେ ଆଉ ଥରେ ଅଳଙ୍କାର ଗୁଡ଼ିକର ଗଣତି କରାଯାଇ ନାହିଁ । ତେଣୁ ରାଜ୍ୟ ସରକାରଙ୍କୁ କଣ ସ୍ୱପ୍ନାଦେଶ ହେଲା ଯେ କେତେ ପରିମାଣର ରୂପା ଓ କେତେ ପରିମାଣର ସୁନା ଗଚ୍ଛିତ ଅଛି, କେତେ ଅଳଙ୍କାର ଅଛି ।

ନା ରାଜ୍ୟ ସରକାର ସେଥିରେ ମାଇକ୍ରୋସ୍କୋପିକ ଭ୍ୟୁଉରେ ଆଉ କେଉଁ ରାସ୍ତାରେ ଦେଖି ଦେଲେ । ତେଣୁ ଓଡ଼ିଶାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ଦାବି ଅନୁସାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯାଇ ତାହାର ତଦନ୍ତ କରି ୧୯୭୮ ମସିହାର ତାଲିକା ସହ ମ୍ୟାଚ କରାଯାଉ । ଲୋକଙ୍କ ଆଗରେ ସବୁ ଖୁଲସା ହେବାର ଆବଶ୍ୟକତା ଅଛି । ହେଲେ ରାଜ୍ୟ ସରକାର ସେ କଥା ନକରି ନିଜର ଦୋଷ ଘୋଡାଇବା ପାଇଁ ଚାବି ହଜିବା ଭଳି ବାହାନା କରୁଛନ୍ତି । ହାଇକୋର୍ଟଙ୍କ ପାଖରେ ବି ମିଛ କହୁଛନ୍ତି। ତେଣୁ ମିଥ୍ୟା ସୌଦାଗର ଭୂମିକା କରିବା ବନ୍ଦ କରନ୍ତୁ । ମହାପ୍ରଭୁ ଓ ସାଧାରଣ ଲୋକଙ୍କ ଭିତରେ ଥିବା ଧର୍ମୀୟ ଭାବନା ସହ ଖେଳିବା ବନ୍ଦ କରନ୍ତୁ ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ