Masthead

ପାଣି ସମସ୍ୟା ନେଇ ସହକାରୀଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଏରସମା (ବଡ଼ ଖବର ବ୍ୟୁରୋ): ଏରସମା ବ୍ଲକ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଗ୍ରାମବାସୀଙ୍କ ଦ୍ୱାରା ଦୀର୍ଘ ସମୟ ଘେରାବନ୍ଦୀରେ ପଡ଼ିଛନ୍ତି। କୁଞ୍ଜକୋଠି ଗ୍ରାମରେ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ପାନୀୟ ଜଳ ସମସ୍ୟା ଉପୁଜିଥାଏ।ଏଥିପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ଅସନ୍ତୋଷ ପ୍ରକାଶ ପାଇଆସୁଛି।

ଏହି ପଞ୍ଚାୟତ ଅଞ୍ଚଳର କନାଗୁଳି ଓ ଖୁରାଣ୍ଟ ଠାରେ ଦୁଇଟି ଓଭରହେଡ୍ ଟାଙ୍କି କରାଯାଇ ବିଭିନ୍ନ ଗ୍ରାମକୁ ଦୀର୍ଘ ଦିନଧରି ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ,ଏଯାବତ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ୍ ସଂଯୋଗ କରାଯାଉନାହିଁ।କିମ୍ବା ମେଗା ପାନୀୟ ଜଳ ପ୍ରକଳ୍ପରେ ଉକ୍ତ ଗ୍ରାମକୁ ସାମିଲ କରାଯାଇନାହିଁ।ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏବଂ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା।

ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏରସମା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ସୁନୀଲ କୁମାର ବେକ୍ ଏହି ଗ୍ରାମକୁଅନୁଧ୍ୟାନ ପାଇଁ ଯାଇଥିଲା ବେଳେ କୁଞ୍ଜକୋଠି ଗ୍ରାମ ମନ୍ଦିର ନିକଟରେ ଗ୍ରାମବାସୀ ଓ ମହିଳାମାନେ ଗରା ବାଲଟି ଧରି ଦୀର୍ଘ ସମୟ ଘେରାଉ କରିଥିଲେ। ତେବେ ସମ୍ପୃକ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ୧୫ ଦିନ ମଧ୍ୟରେ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟାରେ ଗ୍ରାମବାସୀ ମାନେ ତାଙ୍କୁ ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି