Before Header

୩ଦିନ ପରେ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

0 32

ବସ୍ତା(ବଡ଼ ଖବର ବ୍ୟୁରୋ): ୩ ଦିନ ତଳେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ବାଇତପଡା ପ୍ରାଥମିକ ୟୁପି ବିଦ୍ୟାଳୟ ନିକଟସ୍ଥ ପୋଖରୀରୁ ଉଦ୍ଧାର କଲା ପୋଲିସ । ସୁଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚଣ୍ତିପୁର ଗ୍ରାମର ଗୌରାଙ୍ଗ ମୁଖୀ ଗତ ତିନି ଦିନ ତଳେ ନିଖୋଜ ଥିଲେ ।

ଆଜି ସକାଳେ ବାଇତପଡା ପ୍ରାଥମିକ ୟୁପି ବିଦ୍ୟାଳୟ ନିକଟସ୍ଥ ପରିତ୍ୟକ୍ତ ପୋଖରୀରେ ଗୌରାଙ୍ଗ ର ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଁଚି ଗୌରାଙ୍ଗଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ମୃତ ଗୌରାଙ୍ଗ ଭେଲୋରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାଯ୍ୟଁ କରୁଥିଲେ । ତେବେ କେଉଁ କାରଣରୁ ଗୌରାଙ୍ଗ ମୃତ୍ୟୁ ହେଲା ତାହା ତଦନ୍ତ ପରେ ଜଣାପଡ଼ିବ।

Leave A Reply

Your email address will not be published.