Masthead

୧୦୦ ଆସନରେ ନିର୍ବାଚନ ଲଢିବୁ ଆଉ ଜିତିବୁ: ଅସଦୁଦ୍ଦିନ ୱେସିସ୍

ୟୁପି(ବଡ଼ ଖବର ବ୍ୟୁରୋ):   ଆଗକୁ ହେବାକୁ ଯାଉଛି ଉତ୍ତର ପ୍ରଦେଶ ନିର୍ବାଚନ । ତେବେ ଏପଟେ ଅଯୋଧ୍ୟା ଗସ୍ତ ପୂର୍ବରୁ ଏଆଇଏମଆଇଏମ ର ମୁଖ୍ୟ ଅସଦୁ୍ଦ୍ଦିନ ୱେସିସ୍ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ସେ ୧୦୦ ଆସନରେ ନିର୍ବାଚନ ଲଢିବେ ଏବଂ ଜିତିବେ । ଉତ୍ତର ପ୍ରଦେଶ ନିର୍ବାଚନରେ ସପା-ବସପା ସହ ମେଣ୍ଟ ନେଇ ପ୍ରଶ୍ନ କରିବାରୁ ୱେସିସ୍ କହିଛନ୍ତି , ପ୍ରଥମେ ସପା–ବସପାକୁ ଆମ ସହ ମେଣ୍ଟ କରିବାକୁ ଆସିବାକୁ ଦିଅନ୍ତୁ । ତାଙ୍କ ସହ ଆମେ କଥା ହେବାକୁ ପ୍ରସ୍ତୁତ ଅଛୁ ।ସେ ପ୍ରଥମେ ଆମ ସହ କଥା ହୁଅନ୍ତୁ ।

ସେପଟେ ସେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ସବୁ ଦଳ କେବଳ ମୁସଲମାନଙ୍କୁ ବ୍ୟବହାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ ୟୁପିରେ ମୁସଲମାନଙ୍କ ସ୍ଥିତି ବହୁତ ଖରାପ । ସୂଚନା ଅନୁସାରେ, ଆଯୋଧ୍ୟାରେ ୱେସିସ୍ ଙ୍କ ଜନସଭାରେ ଫୈଜାବାଦ ଲେଖା ହୋଇଥିବା ପୋଷ୍ଟର ଉପରେ ପୋଲିସ ଷ୍ଟିକର ଲଗାଇ ଦେଇଛି । ତେବେ ପୋଲିସ ଉଭୟ ପୋଷ୍ଟର ଓ ହୋଡିଂ ହଟାଇ ଦେଇଛି । ପୋଲିସ କହିଛି ଯେ,ଏବେ ଜିଲ୍ଲାର ନାଁ ବଦଳି ଯାଇଛି, ତେବେ ଫୈଜାବାଦ ଲେଖିବା କିଛି ଆବଶ୍ୟକ ନାହିଁ । ଏପଟେ ୱେସିସ୍  ଙ୍କ ଅଯୋଧ୍ୟା ଗସ୍ତକୁ ନେଇ ୟୁପି ମନ୍ତ୍ରୀ ବ୍ରିଜେଶ ପାଠକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିରୋଧୀ ଦଳ ଜୋର ଲଗାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା