Masthead

ଆଜିଠୁ ଫିଟିଲା ପାଗ, କାଁ ଭାଁ ହେବ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟା ପରେ କଲବଲ କରୁଛି ବନ୍ୟା । ବାଲେଶ୍ୱର ଅଞ୍ଚଳକୁ ମାଡିଛି ଉପର ମୁଣ୍ଡର ପାଣି । ମୟୂରଭଞ୍ଜ ଓ ବିଶେଷ କରି ଶିମିଳିପାଳର ପାଣି ଏବେ ବୁଢ଼ା ବଳଙ୍ଗରେ ପ୍ରବାହିତ ହେଉଛି। ଆଣ୍ଠୁଏ ପାଣିରେ ଭାସୁଛି ପାଚିଲା ଧାନ କ୍ଷେତ । ଚିନ୍ତାରେ ଚାଷୀ । ତେବେ ସେପଟେ ଲଗାଣ ବର୍ଷା ପରେ ମିଳିଛି ଆଶ୍ୱସ୍ତି । ବିଶେଷ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ ଏବଂ ୩୧ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ବାତ୍ୟା ‘ଦାନା’ ଦୁର୍ବଳ ହେବା ପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ ଉତ୍ତର ଓଡ଼ିଶା ଉପରେ ଅଛି । ରବିବାର ସକାଳ ସୁଦ୍ଧା ଏହା ବାୟୁମଣ୍ଡଳରେ ମିଳେଇ ଯିବ । ଏହାର ଆଉ ପ୍ରଭାବ ରହିବନି ।ଅନୁମାନ କରାଯାଉଛି, ଆଜିଠୁ ପାଗ ପ୍ରାୟତଃ ଫିଟିଯିବ । ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ । ସୋମବାର କାଁ ଭାଁ ବର୍ଷା ସମ୍ଭାବନା ଅଛି । ୨୯, ୩୦,୩୧ ତାରିଖରେ ଏଭଳି ପାଗ ରହିପାରେ । ‘ଦାନା’ ପ୍ରଭାବ ଯୋଗୁ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା