Masthead

ହାଡ଼ ଭାଙ୍ଗୁଛି ଜାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥରୁଛି ଓଡ଼ିଶା । ଶୀତ ଜନଜୀବନ ହେଉଛି ଅସ୍ତବ୍ୟସ୍ତ । କମୁଛି ପାରଦ । ଚାରଆଡ଼େ ଖାଲୀ ଧୂଆଁମୟ । କୁହୁଡିରେ ଆଚ୍ଛାଦିତ ରାସତିା । ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ସେଲସିୟସ୍‌ ରହିବ । ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ । ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ତଳେ ରହିବ । ରାଜ୍ୟରେ ଶୀତକୁ ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ତେବେ ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଶନିବାର ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ, ଅନୁଗୁଳରେ ୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୦, କୋରାପୁଟ, ନବରଙ୍ଗପୁର, ବାରିପଦା ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିବ ବୋଲି ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ । ପାଣିପାଗ ବିଭାଗ ପୁଣି ଆକଳନ କରିଛି, ସୋମବାରଠାରୁ ରାତି ତାପମାତ୍ରା ସାମାନ୍ୟ ବଢ଼ିବ । କିଛି ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଗୁରୁବାର ପାରଦ ସବୁଠୁ କମ୍‌ ବା ୭.୨ଡିଗ୍ରୀ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା