ପହିଲାରୁ ପ୍ରବଳ ଖରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପହିଲାରୁ ଖରା ତାତି । ଏ ବର୍ଷ ହୋଇପାରେ ଅସମ୍ଭାଳ ଖରା । ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହାଁ । ଏ ବର୍ଷ ପ୍ରଥମ ଥର ପାଇଁ ଦିନ ତାପମାତ୍ରା ଶନିବାର ୩୫ ଡିଗ୍ରୀ ଟପିଛି । ମଧ୍ୟାହ୍ନରେ ଖରାଦିନ ଭଳି ତାତି ଅନୁଭୂତ ହେଉଛି । ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୫.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଝାରସୁଗୁଡ଼ାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ ୩୪ ଡିଗ୍ରୀ ଥିଲା। ସେପଟେ ରାତି ତାପମାତ୍ରା ବି ବଢ଼ିବା ଯୋଗୁ ବିଶେଷ ଶୀତ ଅନୁଭୂତ ହେଉନି । ଅଧିକାଂଶ ସ୍ଥାନରେ ରାତି ବେଳା ପାରଦ ୧୬ ଓ ୧୭ ଡିଗ୍ରୀ ଉପରେ ରହୁଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୪.୨ ଡିଗ୍ରୀ ରହିଥିଲା । ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨.୯ ଓ ଭୁବନେଶ୍ୱରରେ ୨୨.୪ ଡିଗ୍ରୀ ଥିଲା । ଫୁଲବାଣୀରେ ପାରଦ ସବୁଠୁ କମ୍‌ ୧୫ ଡିଗ୍ରୀ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’