ମମିତାଙ୍କୁ ମାରି ଦେଇ ମାଟି ତଳେ ପୋତିଦେଲେ !

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ନିଖୋଜ ଘଟଣା । ମାଟିତଳୁ ଗଳିତ ମୃତଦେହ ଉଦ୍ଧାର । ମିନି ଷ୍ଟାଡିୟମ ମାଟିତଳୁ ଶବ ଉଦ୍ଧାର ହୋଇଛି । ଚିହ୍ନଟ ପାଇଁ ମମିତାଙ୍କ ପରିବାରକୁ ଡକାଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର କରାଯାଇଛି । ସେପଟେ ମମିତାଙ୍କ ବାପା କହିଛନ୍ତି ଯେ ପୋଲିସ ଆମକୁ ଭରସା ଦେଉଥିଲା ଯେ ମମିତା ଜୀବିତ ଅଛି । ସେ ରାୟପୁର ଯାଇଛି ଏବଂ ଆମେ ତାକୁ ଆଣିଦେବୁ । ପୋଲିସର ଏହି ଭରସା ଯୋଗୁଁ ଆମେ କାହା ସାମ୍ନାରେ ମୁହଁ ଖୋଲୁନଥିଲୁ ।

କିନ୍ତୁ ଯେତେବେଳେ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଗଲା ପୋଲିସ ଉପରୁ ଆମ ଭରସା ଉଠିଗଲା । ଆମେ ନିଶ୍ଚିତ ହେଲୁ ଯେ ଆମ ଝିଅ ସହିତ କିଛି ଅଘଟଣ ହୋଇଛି । ତାକୁ ରେପ୍ ଓ ମର୍ଡର କରାଯାଇଛି । ଆମ ଝିଅ ମମିତାର ଲାପଟପରେ ଗୋବିନ୍ଦ ସାହୁର କିଛି କଳାକାରନାମା ଥିଲା । ଲାଲପଟରେ ଗୋବିନ୍ଦର ଦୁଇଟି ଏପରି ଭିଡିଓ ଥିଲା ଯେଉଁ କାରଣରୁ ଝିଅକୁ ମାରିଦେଲା । ଏହି ହତ୍ୟାକାଣ୍ଡରେ ବଡ ବଡ ଲୋକଙ୍କ ସଂପୃକ୍ତି ରହିଛି । ସ୍ଥାନୀୟ ବିଧାୟକ ତଥା ଗୃହମନ୍ତ୍ରୀଙ୍କ ଚାପରେ ପୋଲିସ ତଦନ୍ତକୁ ବାଟବଣା କରୁଛି । ଏବଂ ତାଙ୍କ ପ୍ରତ୍ୟକ୍ଷ ସହଯୋଗରେ ମମିତାଙ୍କୁ ମାରିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ