Masthead

ବଦଳିଛି କ୍ୟାଲେଣ୍ଡର, ବଦଳିଛି ବର୍ଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାରିଖ ବଦଳିଛି କ୍ୟାଲେଣ୍ଡର ବଦଳିଛି, ବର୍ଷ ବି ବଦଳିଯାଇଛି । ବଦଳିଯାଇଛି ୨୦୨୩ । ଏବେଠୁ ନୂଆବର୍ଷ । ଆଜିଠୁ ଆମେ ୨୦୨୪ର ଲୋକ । ସମସ୍ତଙ୍କୁ ଇଂରାଜୀ ନୂଆବର୍ଷ ୨୦୨୪ର ଅନେକ ଅନେକ ଅଭିନନ୍ଦନ । ସୂର୍ଯେ୍ୟାଦୟ, ପୁଲକିତ ଫୁଲ, ଘାସ ଉପରେ ପଡ଼ିଥିବା କାକର ବୁନ୍ଦା, ଦେବାଳୟର ଘଣ୍ଟଧ୍ୱନି, ଚାରିଆଡୁ ଗୁଞ୍ଜରିତ ସୁମଧୁର ସଙ୍ଗୀତ । ଏସବୁ ଆପଣଙ୍କ ଜୀବନକୁ କରିଦେଉ ସମୃଦ୍ଧ ।

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ , ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ନାଚ ଗୀତରେ ସମଗ୍ର ଦିଲ୍ଲୀ ସହର ଉତ୍ସବମୁଖର ହୋଇପଡିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଂଟରେ ନାଚ ଗୀତରେ ଆସର । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ବଡ଼ ଖବର ତରଫରୁ ସମସ୍ତଙ୍କୁ ଇଂରାଜୀ ନୂଆବର୍ଷ ୨୦୨୪ର ଅନେକ ଅନେକ ଅଭିନନ୍ଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ