Masthead

ନିଶା କବଳରେ ଯୁବପିଢ଼ି; ଦେଶର ଭବିଷ୍ୟତ କୁଆଡ଼କୁ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ବଞ୍ଚିବା ପାଇଁ କ’ଣ ନକରୁଛି, ପେଟପାଟଣା ପାଇଁ ରୋଜଗାର କେମିତି କରିବ, ଘରକୁ ଚାଉଳ କିପିରି ଜୁଟାଇବ, ଭବିଷ୍ୟତ ପାଇଁ କିଛି ନା କିଛି ବିଚାର କରିବା ସହ ଆଗାମୀ ଦିନ ପାଇଁ କେତେ ସ୍ୱପ୍ନ ନଦେଖିଛି । ଅନ୍ୟପଟେ ନିଜର ଜୀବନକୁ ବେଖାତିର କରିଚାଲିଛି ମଣିଷ ସମାଜ । ସଉକ ପୂରଣ ପାଇଁ ନିଶା କବଳରେ ଆଜିର ଯୁବପିଢି । ଯେଉଁ ସମୟରେ ନିଜର ଶରୀର ପ୍ରତି ଯତ୍ନନେବା ସହ ବ୍ୟାୟାମ କରି ସ୍ୱାସ୍ଥ୍ୟକଥା ଭାବିବା କଥା ସେ ସମୟରେ ବିଭିନ୍ନ ନିଶାକୁ ଆଦରି ବର୍ବାଦ ହେବାର ଦେଖିବାକୁ ମିଳୁଛି । ଟଙ୍କା ଥିଲା ପିଲା ବିଦେଶୀ ମଦ,ହୁକ୍କାବାର ନିଶାକରି ମଉଜ କରୁଥିବା ବେଳେ ଗରିବ ପିଲାମାନେ ଦେଶୀମଦ ପାଉଚ ଏବଂ ଯିଏ ପିଆଇବ ତାପଛରେ, ତା ଇସାରାରେ କିଛି ବି କରିବାକୁ ପଛାଉ ନାହାନ୍ତି । ଦରକାର ପଡିଲେ ନିଶା ପାଇଁ ଲୁଟପାଟ ତଥା ମାରିବା ପାଇଁ ବି ପଛାଉ ନାହାନ୍ତି । ତା ତଳକୁ ଗରିବ ଶ୍ରେଣୀର ଲୋକେ ସାଇକେଲ ଟ୍ୟୁବ୍ ପ୍ୟାଚରେ ଲଗାଉଥିବା ଅଠାକୁ ଚିଲମରେ ଘଷି ନାକଦ୍ୱାରା ନିଶା ଗ୍ରହଣ କରୁଛନ୍ତି ।

ତା’ସହ ଏବେ ନିଶା ଟାବଲେଟ୍,କଫସିରଫର ଟ୍ରେଣ୍ଡ ଚାଲିଛି ।ମଦ ଦରଠାରୁ ଏହା ଆହୁରି ଶସ୍ତା ଓ ଅତ୍ୟଧିକ ନିଶା କରାଇ ଥାଏ । ଏହି ନିଶା କଲାପରେ ଯୁବପିଢି ନିଜରୁ ଆୟତ୍ତରେ ନରଖି କିଛି ବି କରିପକାଉଛନ୍ତି । ଯାହାକି ନିଜର,ପରିବାର ଓ ସମାଜ ତଥା ଦେଶର ଭବିଷ୍ୟତକୁ ଅନ୍ଧାରକରି ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି । ସରକାର ଏହି ନିଶା ଯୋଗାଉଥିବା ବେପାରୀ ଓ ନିଶାଖୋରଙ୍କ ପାଇଁ ଚିନ୍ତା କରିବାର ସମୟ ଆସିଛି । ନହେଲେ ଏମାନଙ୍କ ପାଇଁ ଅପରାଧ ବଢିବା ସହ ଜନସାଧାରଣ ନାନା ଅଘଟଣର ଶିକାର ହେବା ସାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର