Masthead

ଗୁଇନ୍ଦା ରିପୋର୍ଟ ପରେ ବି କାହିଁକି ହିଂସା ରୋକିପାରିଲାନି ପୋଲିସ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ସମ୍ବଲପୁର ହିଂସାକୁ ନେଇ କାଠଗଡ଼ାରେ ପୋଲିସ । ହିଂସା ରୋକିବାର ସୂଚନା ପାଇ ବି ଫେଲ୍ ମାରିଛି ପୋଲିସ । ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସମ୍ବାଲପୁରରେ ଜାଣିଶୁଣି ପୋଲିସ ହିଂସା କରିବାକୁ ଦେଲା ବୋଲି ସଂଗୀନ ଆରୋପ ଲଗାଇଛନ୍ତି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିରୋଧୀଙ୍କ କଥାକୁ ସରକାର କର୍ଣ୍ଣପାତ ନ କରିପାରନ୍ତି । କିନ୍ତୁ ସାଧାରଣ ଲୋକଙ୍କ ବ୍ୟାବସ୍ଥା ଉପରୁ ଆସ୍ଥା ଉଠିଗଲାଣି । ସରକାର ଅନ୍ତତଃ ଏହାକୁ ନେଇ ଭୟ କରିବା ଉଚିତ୍ । ପୋଲିସ ନିକଟରେ ଆଗୁଆ ସୂଚନା ଥିଲା ସମ୍ବଲପୁରରେ ହିଂସା ଆଶଙ୍କା ରହିଛି ।

ହେଲେ କାହିଁକି ଏହାକୁ ରୋକିବାକୁ ପଦକ୍ଷେପ ନିଆଗଲାନାହିଁ, ହିଂସା ହେବାକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ପୋଲିସର ଭୂମିକା ସନ୍ଦେହଜନ ବୋଲି କହିଛନ୍ତି ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର । ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ବ୍ୟାକଫୁଟରେ । ପୋଲିସ ଜାଣିଶୁଣି ହିଂସା କରିବାକୁ ଦେଲା ବୋଲି ବିରୋଧୀଙ୍କ ଅଭିଯୋଗରେ ଶାସକ ଦଳ ସଦସ୍ୟ ଉତ୍ତର ଦେବା ବଦଳରେ ପୋଲିସ କୋର୍ଟକୁ ବଲ୍ ଫିଙ୍ଗି ଦେଇଛନ୍ତି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଏଭଳି ଅଭିଯୋଗର ଉତ୍ତର ସେ ନୁହେଁ ବରଂ ପୋଲିସ ଦେଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ