Masthead

ମନୀଷଙ୍କ ମୃତ୍ୟୁର କାରଣ କଣ? ମିଳିଲା କାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲା । ମନୀଷଙ୍କ ମୃତ୍ୟୁ ଉପରୁ ଏଯାଏଁ ଉଠୁନି ପରଦା । ତେବେ ମନୀଷଙ୍କୁ ହତ୍ୟା ନା ଦୁର୍ଘଟଣା ତାହାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଅନୁସାରେ ଶ୍ୱାସରୁଦ୍ଧ ନା ଶ୍ୱାସରୁଦ୍ଧ କରି ପୋଖରୀରେ ହତ୍ୟା କରିଯାଇଛି ତାହା ସ୍ପଷ୍ଟ ହୋଇନି । ତେବେ ସମସ୍ତ ପ୍ରଶ୍ନ ଭିତରେ ଘଟଣା ଦିନ ରାତିରେ ଯେଉଁମାନେ କାରରେ ମନୀଷଙ୍କୁ ପଟିଆରୁ ପାତ୍ରପଡା ନେଇଥିଲେ , ସେହି କାରକୁ ଜବତ କରିବା ସହ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଗତ ୩ ଦିନ ଧରି ଖୋଳତାଡ ଭିତରେ ଏବେ ଏହି ଧଳା ରଙ୍ଗର କାର ସାମ୍ନାକୁ ଆସିଛି । ଆଜି ଏହି କାରକୁ ଭୁବନେଶ୍ୱରରୁ ପୋଲିସ ଜବତ କରିଛି । ଯାହାର ନମ୍ବର ହେଉଛି OD02X-9696। ତେବେ ଏହି କାରକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି କାରର ମାଲିକ କିଏ? ଏହି କାରରେ ହିଁ ମନୀଷଙ୍କୁ ସାଉଥସିଟି ବାରକୁ ନିଆଯାଇଥିଲା । ବାରରେ ଦୀର୍ଘ ସମୟ ଧରି ରହିବା ପରେ ରାତି ସାଢେ ୩ଟା ପୂର୍ବରୁ ମନୀଷଙ୍କ ସହ ଥିବା ଆଉ ୩ ଜଣ ଆଗୁଆ ପଳାଇଥିଲେ ।

ତେବେ ରାତି ସାଢେ ୩ଟାରେ ଏକୁଟିଆ ବାହାରିଥିଲେ ମନୀଷ । ଏବଂ ଏହା ପରେ ରାତି ୪ଟା ୧୨ମିନିଟରେ ମବୀନଙ୍କ ସହ ଫୋନରେ କଥା ହୋଇଥିଲେ ମନୀଷ । ପରେ ତାଙ୍କ ଫୋନ ଅଫ ହୋଇଯାଇଥିଲା । ତେବେ ସେହି ୩ ଜଣ ଯୁବକ ମନୀଷଙ୍କୁ ଏକୁଟିଆ ଛାଡି କାହିଁକି ଚାଲି ଯାଇଥିଲେ । ଏସବୁ ଭିତରେ ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଥିରେ ଦର୍ଶାଯାଇଛି ଯେ ଶରୀର ଉପରେ କୌଣସି କ୍ଷତି ଚିହ୍ନ ନାହିଁ । କିନ୍ତୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ମନୀଷ । ସେପଟେ ବାପା ନବୀନ ଦାସ କହଥିଲେ ପୁଅକୁ ଅପହରଣ କରି ହତ୍ୟା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି