Masthead

ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ

ପୁରୀ(ବଡ଼ ଖବର ବ୍ୟୁରୋ): ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ ।ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଛି । ପୁରୀ କୋଣାର୍କ ଜାତୀୟ ରାଜପଥରେ ଏହି ଫ୍ଲାଏ ଓଭର ନିର୍ମାଣ ହେଲେ ହଜାର ହଜାର ଲୋକ ପ୍ରତିଦିନ ଉପକୃତ ହୋଇପାରିବେ ଏବଂ ସୁବିଧାରେ ଜାତାୟତ କରିପାରିବେ । ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି । ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବାନେଇ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ପାତ୍ର ଏବଂ ଶ୍ରୀ ଷଡ଼ଙ୍ଗୀ ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ ପୁରୀବାସୀଙ୍କ ବହୁଦିନର ଦାବି ଥିବା କହିଛନ୍ତି । ଏବଂ ଏହି ଦାବି ଆଉ କିଛି ଦିନ ମଧ୍ୟରେ ପୂରଣ ହେବ । କେବଳ ପୁରୀବାସୀ ନୁହଁନ୍ତି ସମସ୍ତ ପର୍ୟ୍ୟଟକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଲେ ଏହାର ସୁବିଧା ପାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ