Masthead

ନୂଆ ସରକାର ଆସିଲେ, କ’ଣ ହେବ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ହାତେଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ତେବେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏବେଠୁ ଅଫିସର ମହଲରେ ପଶିଗଲାଣି ଛନକା। ପୁରୁଣା ସରକାରରେ ଯେଉଁ ଅଫିସର ମାନେ ଆଗଧାଡିରେ ଥିଲେ ଏବେ ସେମାନଙ୍କ ମୁଣ୍ଡ ବଥା ।

ଆଇଏଏସ୍‌, ଆଇପିଏସ, ଓପିଏସ୍ ଏବଂ ଓଏଏସ୍ ଅଫିସରଙ୍କ ସ୍ତରରେ ଛନକା ବଢ଼ିଯାଇଛି । ସରକାରଙ୍କ ଶୁଭ ଦୃଷ୍ଟିରେ ରହିବେ ନା କୋପ ଦୃଷ୍ଟିରେ ବଳି ପଡ଼ିବେ, ସେଇ ଚିନ୍ତା ଘାରିଲାଣି । କାହିଁକି ନା ଆରମ୍ଭରୁ ବିଜେପି ଓଡ଼ିଶାରେ ଅଫିସର ରାଜକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଥିଲା । ପ୍ରଚାରରେ ସିଧାସିଧା ବିଜେପି ନେତାମାନେ କହିଥିଲେ, ବିଜେପି ଆସିଲେ ଓଡ଼ିଶାରେ ଅଫିସର ରାଜ୍ ଚାଲିବନି । ଆଉ ସତକୁ ସତ ଏବେ ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ବଡ଼ ପଦବିରେ ଥିବା ଅଫିସରଙ୍କ ମୁଣ୍ଡ ଗୋଲ୍ ।

ନୂଆ ସରକାର ଆସିଲେ, କ’ଣ ହେବ? ଚର୍ଚ୍ଚା ହେଉଛି କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇପାରେ । ଆଉ କେତେକ ଅଫିସରଙ୍କ ଆସନ ଉପରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ଏପରିକି ଇଡି ଛାଟ ବି ବାଜିପାରେ । ଶୁଣାଯାଉଛି, ବଡ଼ ଧରଣର ବଦଳି ହୋଇପାରେ । ଦିଲ୍ଲୀରେ ଡେପୁଟେସନରେ ଥିବା କିଛି ଅଫିସରଙ୍କୁ ପୁଣି ଓଡ଼ିଶା ଡାକରା ଯାଇପାରେ । କିଛି ଅବସରପ୍ରାପ୍ତ ଓଡ଼ିଆ ଅଫିସରଙ୍କୁ ବଡ଼ ଭୂମିକା ମିଳିପାରେ ନୂଆ ସରକାରରେ । ଆଇପିଏସ୍ ମହଲରେ କିଛି ଅଫିସରଙ୍କୁ ଆଗାମୀ ଦିନରେ ବଡ଼ ଭୂମିକା ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼